ସମସ୍ତ ଜିଲ୍ଳାପାଳଙ୍କୁ , ସ୍କୁଲ ,ସର୍ବସାଧାରଣ କୋଠାରାତିରେ ଖୋଲା ରଖିବାକୁ ନିର୍ଦେଶ
ଭୂବନେଶ୍ୱର : ଶୀତର ପ୍ରକୋପ ଧିରେ ଧିରେ ବଢିଛି । ବର୍ତ୍ତମାନ ଅସହ୍ୟ ଥଣ୍ଡା ହେଉଥିବା ବେଳେ ଜାତୀୟ ରାଜପଥ ଓ ବିଭିନ୍ନ ରାସ୍ତାକଡରେ ଅତି ଦୟନୀୟ ଅବସ୍ଥାରେ ରାତ୍ରୀ ଯାପନ କରୁଛନ୍ତି ନିରାଶ୍ରୟ ମାନେ । ଅସହ୍ୟ ଶୀତର ପ୍ରକୋପ ଧିରେ ଧିରେ ବଢିଚାଲିଥିବା ବେଳେ ନିରାଶ୍ରୟ ମାନଙ୍କୁ ସହାୟତା ନିମନ୍ତେ ସମସ୍ତ ଜିଲ୍ଳାପାଳଙ୍କୁ ରିଲିଫ କମିସନର ନିର୍ଦେଶ ଦେଇଛନ୍ତି । ବାସହୀନ ମାନଙ୍କ ପାଇଁ ରାତ୍ରୀ ଶୋଇବା ନିମନ୍ତେ ଆଶ୍ରୟ ସ୍ଥଳ ଓ ସର୍ବସାଧାରଣ କୋଠା ଖୋଲା ରଖିବାକୁ ସମସ୍ତ ବ୍ଲକ, ତହସିଲ୍ , ଗ୍ରାମ ପଂଚାୟତକୁ ଆଲର୍ଟ ରହିବାକୁ ନିର୍ଦେଶ ଦିଆଯାଇଛି ।