ସମସ୍ତ ପାର୍ଥୀପତ୍ର କାଏମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଆଜି ଦାଖଲ ହୋଇଥିବା ନାମାଙ୍କନ ପତ୍ରର ଯାଂଚ ଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବାଲିଗୁଡା ନିର୍ବାଚନ ମଣ୍ଡଳୀର ପାର୍ଥୀ ପତ୍ର ଯାଂଚ ହୋଇଥଲା, ଯାଂଚରେ ସମସ୍ତଙ୍କ ପାର୍ଥୀଙ୍କର ଦାଖଲ କରିଥିବା ସମସ୍ତ କାଗଜ ପତ୍ର ଠିକ ରହିଛି । ବାଲିଗୁଡା ନିର୍ବାଚନ ମଣ୍ଡଳୀର ସମୁଦାୟ ବିଧାୟକ ପାର୍ଥୀ ପାଂଚ ଜଣ କଂଗ୍ରେସରୁ ଉପେନ୍ଦ୍ର ପ୍ରଦାନ,ବିଜେଡିରୁ ଚକ୍ରମଣୀ କହଁର,ବିଜେପିରୁ କଳ୍ପନା କହଁର,ସ୍ୱାଧିନ ଭାବେ ଭାବେ ଜୟସିଂ ମଳିକ ଓ ଅଜୟ କୁମାର ମଳିକ ନାମାଙ୍କନ ଦାଖଲ କରିଥିଲେ,ସମସ୍ତଙ୍କ ପାର୍ଥୀପତ୍ର କାଏମ ରହିଛି । ଜି ଉଦୟଗିରୀରୁ ୯ଜଣ ପାର୍ଥୀ ରହିଛନ୍ତି ସେମାନେ ହେଲେ କଂଗ୍ରେସ ପାର୍ଥୀ ପ୍ରଫୁଲପ୍ରଧାନ,ବିଜେଡିରୁ ସାଲୁଗା ପ୍ରଧାନ, ବିଜେପିରୁ ମାନଗୋବିନ୍ଦ ପ୍ରଧାନ,ଆମଆଦମୀରୁ ଯୌବନ ମଲ୍ଲିକ,ପ୍ରଦୀପ ବହୁଜହନ ମୁକ୍ତି ପାର୍ଟି ରୁ ପ୍ରଦୀପ କହଁର,ସ୍ୱାଦିନ ପାର୍ଥୀ ଶରତ ପ୍ରଧାନ,ପ୍ରଦୀପ ପ୍ରଧାନ,ସଂଜୟ କୁମାର ପ୍ରଧାନ ପାର୍ଥୀଙ୍କ ପାର୍ଥୀପତ୍ର କାଏମ ରହିଛି । ଆସନ୍ତା ୬ ତାରିଖରେ ପାର୍ଥୀପତ୍ର ପ୍ରତିହାର ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ