ସମସ୍ତ ରାଜ୍ୟର ଆପାତକାଳୀନ ପରିଚାଳନା ପାଣ୍ଠିକୁ ୧୧,୦୯୨ କୋଟି ଟଙ୍କା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଭିଡିଓ କନଫରେନ୍ସ ଜରିଆରେ ହୋଇଥିବା ଆଲୋଚନାକୁ ଭିତ୍ତି କରି କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମସ୍ତ ରାଜ୍ୟର ଆପାତକାଳୀନ ପରିଚାଳନା ପାଣ୍ଠି (ଏସଡିଆରଏମଏଫ)କୁ ୧୧,୦୯୨ କୋଟି ଟଙ୍କାର ଅନୁମୋଦନ କରିଛନ୍ତି । ରାଜ୍ୟ ସରକାରଗୁଡିକର ଆପାତକାଳୀନ ପରିଚାଳନା ପାଣ୍ଠି ସହାୟତା ବୃଦ୍ଧି ଉଦ୍ଦେଶ୍ୟରେ 2020-21 ଆର୍ଥିକ ବର୍ଷ ନିମନ୍ତେ କେନ୍ଦ୍ର ସରକାର ଏହି ଆଗୁଆ ଅନୁଦାନ ମଞ୍ଜୁର କରିଛନ୍ତି । କୋଭିଡ-19ର ମୁକାବିଲା ପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଗତ 14 ତାରିଖ ଦିନ ରାଜ୍ୟ ଆପାତକାଳୀନ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ଲାଗି ଅନୁମତି ପ୍ରଦାନ କରିଥିଲେ । କ୍ଵାରେଣ୍ଟାଇନ ସୁବିଧା, ନମୁନା ସଂଗ୍ରହ ଓ ପରୀକ୍ଷା, ଅତିରିକ୍ତ ପରୀକ୍ଷାଗାର ନିର୍ମାଣ, ଚିକିତ୍ସା ସୁରକ୍ଷା ଉପକରଣ, ଥର୍ମାଲ ସ୍କାନର ଆହରଣ, ଏୟାର ପ୍ୟୁରିଫାୟାର ଓ ସରକାରୀ ହସ୍ପିଟାଲର ଆନୁଷଙ୍ଗିକ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହି ଅର୍ଥ ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଥିଲା ।  ଲକଡାଉନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଦାଦନ ଶ୍ରମିକ ତଥା ବାସହୀନଙ୍କ ପାଇଁ କେନ୍ଦ୍ର ସରକାର ସଂବେଦନଶୀଳ ଅଛନ୍ତି । ସେ ଦୃଷ୍ଟିରୁ ଗତ 28 ତାରିଖ ଦିନ ଏବାବଦରେ ଏସଡିଆରଏଫରୁ ଅର୍ଥ ଖର୍ଚ୍ଚ କରିବା ଲାଗି ଅନୁମତି ଦେଇଥିଲେ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ମହାମାରୀ ଘୋଷିତ କରୋନା ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ସମୟୋଚିତ ସମସ୍ତ ସହାୟତା ଯୋଗାଇ ଦେଇ ଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ