ସମସ୍ଥା କର୍ମଚାରୀଙ୍କୁ ଠାରୁ ଲୁଟ ଅଭିଯୋଗ

କୋଦଳା , (ଯୁଗାବ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ତିତିରିଡି ଗ୍ରାମଠାରେ ସୋମବାର ସମସ୍ଥା ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀଙ୍କ ଠାରୁ ବନ୍ଧୁକ ଦେଖାଇ ଟଙ୍କା ବ୍ୟାଗ ସହ ତାଙ୍କର ପଲସର୍ ବାଇକ ଲୁଟି ନେଇଛନ୍ତି ଦୁର୍ବୁତ୍ତମାନେ। ଘଟଣାରୁ ପ୍ରକାଶ ଯେ ଅଶ୍ୱିନୀ କୁମାର ନାହାକ ହେଉଛନ୍ତି ସମସ୍ଥା କମ୍ପାନୀ କୋଦଳା ଶାଖାର କର୍ମଚାରୀ,ସେ ତାଙ୍କର (ଓଡ଼ି-୦୨-ବିବି-୯୪୫୯) ପଲସର୍ ବାଇକ ଯୋଗେ ଷଣ୍ଢମୂଳ ଗ୍ରାମରୁ କାଗଜପତ୍ର ଧରି କୋଦଳା ଶାଖା ଅଭିମୁଖେ ଯାଉଥିବା ସମୟରେ ତିତିରିଡି ଠାରେ ତାଙ୍କ ପଛପଟୁ ଆସୁଥିବା ଏକ କଳା ରଙ୍ଗର ପଲସର୍ ବାଇକରେ ହେଲମେଟ ସହ ମୁଖାପିନ୍ଧା ତିନି ଦୁର୍ବୁତ୍ତ ବନ୍ଧୁକ ଦେଖାଇ ୫୦୦୦ ଟଙ୍କା, ଏକ ବ୍ୟାଗ ଓ ତାଙ୍କ ବାଇକ ଛଡାଇ ନେଇ ଚମ୍ପଟ ମାରିଥିଲେ।ଏନେଇ ବେଗୁନିଆପଡା ଫାଣ୍ଡିରେ ଲିଖିତ ଏତଲା ଦାଏର ହୋଇଥିବା ଶାଖା ପରିଚାଳକ ତ୍ରିନାଥ ସାହୁ ପ୍ରକାଶ କରିଛନ୍ତି।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅନୁସନ୍ଧାନ ଚଳାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ