ସମସ୍ୟା ଘେରରେ ଖଣି ଆଶ୍ରମ ବିଦ୍ୟାଳୟ

ମୋହନା,(ଯୁଗାବ୍ଦ ନ୍ୟୁଜ୍ ): ଗଜପତି ଜିଲ୍ଲା ମୋହନା ବ୍ଲକ ଆଶ୍ରମ ସ୍କୁଲର ଅବ୍ୟବସ୍ଥା ଯୋଗୁଁ ଛାତ୍ରଛାତ୍ରୀ ନାନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ତରଫରୁୂ ପ୍ରତିବର୍ଷ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ଖର୍ଚ୍ଚ କରୁଥିବା ବେଳେ ତାହାର ନଗ୍ନ ବାଟବଣା ଚିତ୍ର ମୋହନା ଆଶ୍ରମ ସ୍କୁଲରେ ଦେଖିବାକୁ ମିଳିଛି । ଏଭଳି କି ପାନୀୟ ଜଳ ପିଇବାରୁ ମଧ୍ୟ ବିଦ୍ୟାର୍ଥୀ ନାହିଁ ନ୍‌ଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ପାଇଖାନା ଲାଗିଲେ ବିଦ୍ୟାର୍ଥୀ ମାନେ ଏକ କିଲୋମିଟର ଦୁରକୁ ଯିବାକୁ ପଡୁୁଛି । ଏଥିସହ ଏହି ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପାଇଁ ହୋଇଥିବା ବେଳେ ମାତ୍ର ୪ ଟି ଶ୍ରେଣୀ ଗୃହ ରହିଛି ତେଣୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଅନ୍ୟ ପଟେ ପରିଦର୍ଶନ ପାଇଁ ଅଧିକାରୀ ମାନେ ବିଭିନ୍ନ ସମୟରେ ଆସୁଥିବା ବେଳେ ପ୍ରତିଶ୍ରୃତି ଦେଉଛନ୍ତି କିନ୍ତୁ କୈାଣସି ଫଳପ୍ରଦ ହୋଇନାହିଁ । ଏହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସମାଧାନ କରିବା ନିମନ୍ତେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ