“ସମସ୍ୟା ରେ ଅଭିଭାବକ ଚିନ୍ତାରେ ଛାତ୍ରଛାତ୍ରୀ ଅନଲାଇନି ଶିକ୍ଷା ଦାନ ହେବ କେମିତି ?

ତିର୍ତୋଲ, (ଅଭିଷେକ ତ୍ରିପାଠୀ):ସତ ରେ ଯେମିତି ବହିବସ୍ତାନୀ ରେ ଡୋରିବନ୍ଧାହୋଇଛି ଆଜକୁ ପ୍ରାୟ ୫ ମାସ ହେବ ଲକ ଡାଉନ ପ୍ରଭାବ ରେ ସମସ୍ତ ଶିକ୍ଷାନୁଷ୍ଠାନ ରେ ତାଲା ଝୁଲୁଛି ସରକାର ଙ୍କର ବିକଳ୍ପ ବ୍ୟବସ୍ତା ଅନୁଯାଇ ଡ଼ିଜିଟାଲ ପ୍ରଣାଳୀ ଅଥବା ଅନଲାଇନି ଶିକ୍ଷାଦାନକୁ ଗୁରୁତ୍ୱାରୋପ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଯେ ଗ୍ରାମାଞ୍ଚଳ ରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଆକାଶ କଇଁଆ ଚିଲିକା ମାଛ ସଦୃଶ ହୋଇଛି!ଡ଼ିଜିଟାଲ ସ୍ବପ୍ନରେ ଜର୍ଜରିତ ହୋଇ ଛାତ୍ର ଛାତ୍ରୀ ମାନେ ନିଜର ପାଠ୍ୟକ୍ରମ କମ ମନୋରଞ୍ଜନ ଧାରାକୁ ଅଧିକ ପସନ୍ଦ କରୁଥିବାବେଳେ ଗରିବ ଖଟିଖିଆ ଘରେ ଆଣ୍ଡ୍ରଏଡ଼ ଫୋନ କିଣିବା ପାଇଁ ପଇଶା ଆସିବ ବା କେଉଁଠୁ ଯଦିବା ଆସିବ ତାହାର ମାସିକ ଇଣ୍ଟେର୍ନେଟ ବିଲ ଯେ ସିଧା ସଳଖ ତାହାର ଭାତହାଣ୍ଡି ଉପରେ ଯେ ପ୍ରଭାବ ପକାଇବ ତାହାର ଚିନ୍ତା ମଧ୍ୟ ଗୋଟିଏ ଗରିବ ଖଟିଖିଆ ଚାଷୀର ଦୁଃଖ କୁ ଦୁଇଗୁଣା କରିଦେଉଛି. ଲକ ଡାଉନ ପରଠାରୁ ଛାତ୍ର ଛାତ୍ରୀଙ୍କର ବହିବସ୍ତାନୀ ରେ ତାଲାପଡ଼ି ବା ଦିନଠୁ ଗ୍ରାମାଞ୍ଚଳ ର ପିଲାମାନେ ଖେଳ କୁଦରେ ମଜିରହୁଥିବ ବେଳେ କିଛିପିଲା ନିଜନିଜର କୌଳିକ ବୃତ୍ତିକୁ ସମ୍ଭାଳୁ ଥିବାବେଳେ କିଛି ଛାତ୍ର ଛାତ୍ରୀ ମାନେମଧ୍ୟ ନିଜକୁ ଚାଷ କାମରେ ନିୟୋଜିତ କରିଛନ୍ତି. ସଭିଏ ପଢନ୍ତୁ ସଭିଏ ବଢନ୍ତୁ ର ନାର ଦେଉଥିବା ସରକାର କେବେ ଛାତ୍ର ଛାତ୍ରୀ ମାନଂକର ଅସୁବିଧାକୁ ସୁବିଧାରେ ପରିଣତ କରିବେ ତାହା ତ ଦେଖିବାର କଥା ଏହାର ମତାମତକୁ ନେଇ ତିର୍ତ୍ତୋଲ ଅଞ୍ଚଳ ର ଶିକ୍ଷକ କମଳକାନ୍ତ ପଣ୍ଡା ପ୍ରକାଶ କରନ୍ତି ଯେ ସରକାରଙ୍କ ନିୟମ ଅନୁଯାୟୀ ଜିଲ୍ଲା ଶିକ୍ଷାସଂଯୋଗ ପ୍ରତିଷ୍ଠାନ ଆମକୁ ପ୍ରତିବିଷୟ ର ପାଠ୍ୟକ୍ରମ ସହ ପ୍ରଶ୍ନ ହ୍ୱାଟ୍ସଆପ ମାଧ୍ୟମରେ ଦେଉଛନ୍ତି. ଆମେମାନେ ତାକୁ ପିଲାଙ୍କ ସ୍କୁଲ ଗ୍ରୁପ ରେ ଦେଉଛୁ କିନ୍ତୁ ବିଡମ୍ବନା ର କଥା ମାତ୍ର ୩୦ପ୍ରତିଶତ ପିଲା ଏଥିରେ ଅଂଶଗ୍ରହଣ କରୁଛନ୍ତି!ଏଥିରୁଜଣାଯାଏ ଯେ ରାଜ୍ୟ ସରକାରଙ୍କର ଅନଲାଇନ ପାଠ୍ୟକ୍ରମ ବ୍ୟବସ୍ତାର ଗତି କେଉଁଆଡେ. ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ