‘ସମାଜ’ରିଲିଫ ପାଣ୍ଠିରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ସମଗ୍ର ମାନବ ସମାଜ ‘କରୋନା’ ଯନ୍ତାରେ । ସଂକ୍ରମଣ ରୋକିବା ଲାଗି ଦିର୍ଘ ଦୁଇ ମାସ ହେଲା ଦେଶରେ ତାଲାବନ୍ଦୀ । ଯାହାଫଳରେ ଲୋକେ କାମଧନ୍ଦା ନପାଇ ହାତଯୋଡି ଘରେ ବସି ରହିଛନ୍ତି । ପାଖରେ ଚାରଣାଟେ ନାହିଁ, ଖାଦ୍ୟ ନାହିଁ ।ଡହଳ ବିକଳ ହେଉଛନ୍ତି ଖଟିଖିଆ, ନିରାଶ୍ରୟ, ଅସହାୟ,ଅକର୍ମଣ୍ୟ,ଦିବ୍ୟାଙ୍ଗ,ରେସନ କାର୍ଡରୁ ବଂଚିତ ଲୋକେ ।ଏହି ଅସମୟରେ ଦୀନଦୁ଼ଃଖୀଙ୍କ ପାଇଁ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଦ୍ଵାରା ଗଠିତ ହୋଇଥିବା ‘ସମାଜ’ ରିଲିଫ ପାଣ୍ଠି ତରଫରୁ ମୟୂରଭଂଜ ଜିଲ୍ଲାର ବିଶୋଇ ବ୍ଲକର ଦୁର୍ଗମ ଜଙ୍ଗଲରେ ବସବାସ କରୁଥିବା ଅସହାୟ ମାନଙ୍କୁ ସହାୟତା ପାଇଁ ‘ସମାଜ ‘ରିଲିଫ କମିଟିର ରାଜ୍ୟ ସଂପାଦକ ଡଃ ପ୍ରଭାସ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅସହାୟ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି । ବିଶୋଇ ବ୍ଲକର ଖଡମବେଡା ପଞ୍ଚାୟତର ବାଢୁଣିଆ କଲୋନୀ ସାହି,ମଣଦା ପଞ୍ଚାୟତର ଜାମବଣି ଗ୍ରାମର ଖଡ଼ିଆଳ ସାହି, ମଣଦା କୋହ୍ଲସାହି୍ ୬୦ଜଣ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ।ଏହି ସମାଜସେବା କାର୍ଯ୍ୟରେ ଯୁବ ସାମ୍ବାଦିକ ଶାଶ୍ଵତ ଶର୍ମା, ସାମାଜିକ କର୍ମୀ ନୀଳରତନ ସାହୁ, ଅସନା ହାଇସ୍କୁଲର ପ୍ରଧାନ ଶିକ୍ଷକ ଦିଲିପ ନନ୍ଦ, ଅବସରପ୍ରାପ୍ତ ପ୍ରଧାନ ଏ ପ୍ରମୋଦ ନନ୍ଦ ଏବଂ ଅନ୍ୟ ସାଥୀଗଣ ସହାୟତା କରିଥିଲେ । ଆଗାମୀ ଦିନରେ ବାମନଘାଟି ଉପଖଣ୍ଡର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ରହୁଥିବା ଅସହାୟ ଲୋକଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଡ଼ଃ ପ୍ରଭାସ ଆଚାର୍ଯ୍ୟଙ୍କ ଏଭଳି ସମାଜସେବା କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।


