ସମାଜସେବା ଓ ପ୍ରେରଣାର ଉତ୍ସ ଥିଲେ ସ୍ବର୍ଗତ ଆଶାଲତା ତ୍ରିପାଠୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ବିଶିଷ୍ଟ ଐତିହାସିକ, ଗବେଷକ ଡ଼ ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଙ୍କ ସହଧର୍ମିଣୀ ତଥା ବିଶିଷ୍ଟ ସମାଜସେବୀକା, ମହିଳା ଙ୍କ ପ୍ରେରଣା ର ଉତ୍ସ ସ୍ବର୍ଗତ ଆଶାଲତା ତ୍ରିପାଠୀ ଙ୍କ ଦ୍ଵାଦଶାହ ସ୍ଥାନୀୟ କନିକା କନଭେନସନ ଠାରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମୃତି ଚାରଣ ଅନୁଷ୍ଠିତ ହୋଇ ଯାଇଛି. ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସଂସ୍କୃତି ପୁରୁଷ ଡ଼ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଅଜିତ କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟନାୟକ,ଡ଼ ପୂର୍ଣ୍ଣ ଚନ୍ଦ୍ର ମଲ୍ଲିକ ମଦନ ମୋହନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିବା ସହ ତାଙ୍କ ସମାଜସେବା,ସରଳ ଅମାୟିକ ବ୍ୟକ୍ତିତ୍ୱ ଓ ସମସ୍ତ ମହିଳା ଙ୍କ ପ୍ରେରଣା ଓ ଆଦର୍ଶ ଥିଲେ ବୋଲି ମତବ୍ୟକ୍ତ କରିଥିଲେ.ଡକ୍ଟର ଗୀତା ବେହେରା କବିରାଜ ଜୟଦେବ ଙ୍କ ଗୀତଗୋବିନ୍ଦ ଗାନ କରିଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ