ସମାଜସେବା ମୋ ଜୀବନର ବ୍ରତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅରଭନୀ ସମୟର ଷୋଡ଼ଶତମ ସ୍ୱନକ୍ଷତ୍ର ଅବସରରେ ସମାଜସେବିକା ଶୁଭଲକ୍ଷ୍ମୀ ପାଲଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ସେ କହିଥିଲେ ଯେ, ଭୀମ ଭୋଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ସମାଜସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରି ଆସୁଛନ୍ତି । ଅସହାୟ, ଅଭାବୀ ବ୍ୟକ୍ତିମାନଙ୍କୁ ଆବଶ୍ୟକ ସାହାଯ୍ୟ, ସହଯୋଗ କରିବା ପାଇଁ ସମସ୍ତେ ଆଗେଇ ଆସନ୍ତୁ, ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସେ ବକ୍ତବ୍ୟ ରଖିଛନ୍ତି ବୋଲି ନାରାୟଣ ଖୁଣ୍ଟିଆ ପ୍ରକାଶ କରିଛନ୍ତି ।