ସମାଜସେବୀଙ୍କୁ ଶ୍ରଦ୍ଦାଞ୍ଜଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ରାଜ୍ୟର ଜଣେ ଆଗଧାଡିର ସମାଜସେବୀ ସ୍ୱର୍ଗତ ରୋହିତ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନିୟ ଗରାପୁରସ୍ଥିତ ରେସୱା ଜାଗୃତି ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତଟ ରେଳ ବିଭାଗର ବରିଷ୍ଠ ପ୍ରଶାସକ କବି ନିରାକାର ଦାସ, କବି ଅବନ୍ତୀ ବେହେରା, ସମବାୟବୀତ ରଣଧିର ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିସହିତ ସ୍ୱର୍ଗତ ଦାସଙ୍କ ତ୍ୟାଗପୂତ ଜୀବନୀ ଉପରେ ସଭାପତି ଶ୍ରୀ ମହାନ୍ତି ବକ୍ତବ୍ୟ ରଖିଥିଲେ । ସ୍ୱାଧାରଗୃହର ସୁଶ୍ରୀ ମିନତୀ ମହାରଣା ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ