ସମାଜସେବୀଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରସ୍ଥ ଚାଟରାପାଟଣା ଗ୍ରାମର ପରୋପକାରୀ, କର୍ତ୍ତବ୍ୟନିଷ୍ଠ, ଧର୍ମପରାୟଣା ମହିଳା ବାସନ୍ତୀ ଲେଙ୍କାଙ୍କୁ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପୁରୀ ନିଳାଚଳ ସାରସ୍ୱତ ସଂଘ ସହ ପରିଚାଳକ ଯୁଧିଷ୍ଠିର ପରିଡାଙ୍କ ସଭାପତିତ୍ୱରେ ବୁଧବାର ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ଜୟଗୁରୁ ଆଶ୍ରମରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଅଧ୍ୟାପକ ବଳରାମ ଲେଙ୍କା, ଗନ୍ଧର୍ବ ସାହୁ, ଦୁର୍ଗାଚରଣ ମହାନ୍ତି, ବୈଷ୍ଣବ ପରିଡା, ରମେଶ ଧଳ, ପ୍ରଫୁଲ୍ଲ ପଣ୍ଡା, ଅକ୍ଷୟ ଚୌଧୁରୀ, ଗୀତାଞ୍ଜଳି ପଣ୍ଡା, ଇତୁ ମହାନ୍ତି, ଶ୍ରୀଧର ସାମଲ, ସ୍ନିଗ୍ଧା ସାମଲ ପ୍ରମୁଖ ସ୍ୱର୍ଗତ ଲେଙ୍କାଙ୍କ ଗୁଣାବଳୀ, ଗୁରୁଭକ୍ତି ଉପରେ ଆଲୋକପାତ କରିବା ସହିତ ସଦ୍‌ଗୁରୁ ଠାକୁର ନିଗମାନନ୍ଦଙ୍କ ନିକଟରେ ତାଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ । ସମାଜସେବୀ ଅଶୋକ ଲେଙ୍କା, ଆଇନଜୀବୀ ଅରବିନ୍ଦ ଲେଙ୍କା, ଶକ୍ତିକାନ୍ତ ପାତ୍ର, ଚିତ୍ତରଞ୍ଜନ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ