ସମାଜସେବୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳୀ ସଭା

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମ ର ବିଶିଷ୍ଟ ବ୍ୟବସାୟୀ ଓ ସମାଜସେବୀ ପ୍ରଶନ୍ନ କୁମାର ନାୟକ ଙ୍କ ଏକାଦଶାହ ରେ ଆଜି ଏକ ଶ୍ରଦ୍ଧାଞ୍ଜଳୀ ସଭା ତାଙ୍କ ବାସଭବନ ସମ୍ମୁଖ ରେ ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ ଗୋପୀନାଥ କର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଉକ୍ତ ଶ୍ରଦ୍ଧାଞ୍ଜଳୀ ସଭା ରେ ଜଗତସିଂହପୁର ସାଂସଦ ଙ୍କ ବ୍ଲକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ଓଝା, ୧୮ ନମ୍ବର ଜିଲ୍ଲା ପରିଷଦ ସଭ୍ୟା କୁଞ୍ଜଲତା ସାମଲ, କୃଷକ ନେତା ସନାତନ ପାତ୍ର, ତୁଳସୀପୁର ଗ୍ରାମ କମିଟି ସଭାପତି ବନ ବିହାରୀ ଦାଶ, ସି ପି ଆଇ ନେତା କୃଷ୍ଣ ଚନ୍ଦ୍ର ରାଉତ, ଶିକ୍ଷାବିତ ନିରଞ୍ଜନ କର,ପୁଅ ପ୍ରୀତମ ନାୟକ ଶର୍ମା, ଭାଇ ପ୍ରଦୀପ୍ତ କୁମାର ନାୟକ, ଆଡଭୋକେଟ ଆଶିଷ କୁମାର ମହାପାତ୍ର, ଜ୍ବାଇଁ ଦେବୀ ପ୍ରସାଦ , ପ୍ରୀୟମ , ପପୁ,ଝିଅ ପୁନମ , ଝିଅ ପୁନମ୍, ନିଲମ୍, ସ୍ୱର୍ଣ୍ଣମ, ନାତୁଣୀ ଦିଶା,ଚାରିଛକ ସାମ୍ୱାଦିକ ସଂଘ ସଭାପତି ପ୍ରଫୁଲ୍ଲ କୁମାର କର, ସାଙ୍ଗ ସଦାଶିବ ପ୍ରଧାନ, ପୂର୍ବତନ ସରପଞ୍ଚ କୃଷ୍ଣ ଚନ୍ଦ୍ର ସ୍ୱାଇଁ , ସମାଜସେବୀ ଅରକ୍ଷିତ ଭୋଇ, ପ୍ରକାଶ କୁମାର ସାହୁ, ଅର୍ଜୁନ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ସ୍ଵର୍ଗତ ନାୟକ ଙ୍କ ସ୍ମୃତି ଚାରଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ