ସମାଜସେବୀଙ୍କ ଘର, ଶୌଚାଳୟ ଭାଙ୍ଗିଲେ ଦେଶୀ ମଦମାଫିଆ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ବଉଳକଣି ପଞ୍ଚାୟତର ପ୍ରଭାକରପୁର ଗ୍ରାମର ଘଟଣା । ଗତ ସେପ୍ଟେମ୍ବର ୧୩ ତାରିଖରେ ସ୍ଥାନୀୟ ପ୍ରଭାକରପୁର ଗ୍ରାମରେ କିଛି ଦେଶୀ ରନ୍ଧା ମଦ ମାଫିଆ ମାରଣାସ୍ତ୍ର ସହ ଉକ୍ତ ଗ୍ରାମର ଶ୍ରୀ ହରେକୃଷ୍ଣ ପାତ୍ରଙ୍କ ଘରବାଡ଼ି ପରିସର ମଧ୍ୟକୁ ସଂଘବଦ୍ଧ ଭାବେ ଆସି ତାଙ୍କ ପରିବାର ଲୋକଙ୍କୁ ଭୟଭୀତ କରିବା ସହ ଜୋର ଜବରଦସ୍ତ ଭାବେ ଏକ ମାଟିଘର, ପକ୍କା ଶୌଚାଳୟ ଭାଙ୍ଗିବା ସହ ଏକ ପାଳଗଦା ବୋହିନେବା ଘଟଣା ସ୍ଥାନୀୟ ଅଞ୍ଚଳରେ ବେସ୍ ଆଲୋଡ଼ନ ସୃଷ୍ଟି କରିଛି । ଏ ନେଇ ହରେକୃଷ୍ଣ ଜମ୍ବୁ ସାମୁଦ୍ରିକ ଥାନାରେ ଏତଲା ଦେଇଥିଲେ ।ପ୍ରକାଶଥାଉକି, ଭଙ୍ଗାରୁଜା ଘଟିଥିବା ଉକ୍ତ ଜାଗାରେ କେନ୍ଦ୍ରାପଡ଼ା ନ୍ୟାୟାଳୟରେ ଏକ ଜମିଜମା ମୋକଦ୍ଦମା ବିଚାରଧୀନ ରହିଛି ଓ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ନିଷେଧାଜ୍ଞ ଜାରି ରହିଛି ବୋଲି ଅଭିଯୋଗକାରୀ ଏତଲାରେ ଉଲ୍ଲେଖ କରିଛନ୍ତି । ହରେକୃଷ୍ଣ ପାତ୍ର ଜଣେ ପରିଚିତ ସମାଜସେବୀ ଓ ବିଭିନ୍ନ ସମୟରେ ସ୍ଥାନୀୟ ଦେଶୀ ରନ୍ଧା ମଦ ବିରୋଧରେ ପ୍ରତିବାଦ କରୁଥିବାରୁ ଏଭଳି ଆକ୍ରୋଶ ରଖି ତାଙ୍କ ଘର ଭାଙ୍ଗି ଦେଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଜମ୍ବୁ ସାମୁଦ୍ରିକ ଥାନା ପକ୍ଷରୁ ଏତଲା ପଞ୍ଜିକୃତ କରିଛନ୍ତି  କେସ୍ ନଂ ୧୦୮/୨୦୨୦ ସହ ଦଫା ନଂ ୧୪୭, ୧୪୮, ୧୪୯, ୪୨୭, ୩୭୯, ୩୨୩, ୩୫୪, ୨୯୪ ଓ ୫୦୬  ଏଯାବତ କାହାରିକୁ ଗିରଫ କରାଯାଇ ନାହିଁ । ଗତକାଲି ଏ ନେଇ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସଚେତନ ସାମାଜିକ କର୍ମୀବୃଦ୍ଧ ହରେକୃଷ୍ଣଙ୍କ ପ୍ରତି ହୋଇଥିବା ଅମାନବୀୟ ଘଟଣାରେ ଜଡ଼ିତ ସମ୍ପୃକ୍ତ ଆସାମୀମାନଙ୍କୁ ଗିରଫ ଦାବି କରି ଜିଲ୍ଲା ଏସ୍‌.ପି.ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଚୋରା ଦେଶୀ ରନ୍ଧାମଦ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଏଭଳି ଅସାମାଜିକ ଘଟଣାରେ ଜଡ଼ିତ ଥିବା ଆସାମୀମାନଙ୍କ ପ୍ରତି ପୋଲିସ୍ ପ୍ରଶାସନ ପକ୍ଷରୁ ଯଦି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ ନ କରାଯାଏ, ତେବେ ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ପକ୍ଷରୁ ଦୃଢ ପ୍ରତିବାଦ କରାଯିବ ବୋଲି ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ