ସମାଜସେବୀଙ୍କ ଦେହାନ୍ତ

କୋଦଳା, (ଯୁଗାବ୍ଦ ନ୍ୟୁଜ) : ବେଗୁନିଆପଡା ବ୍ଲକସ୍ଥିତ ମଠ ବ୍ରହ୍ମପୁର ଗ୍ରାମର ସମାଜସେବୀ ପାର୍ବତୀ କରଙ୍କ ୬୨ ବର୍ଷ ବୟସରେ ସୋମବାର ଦିନ ଦ୍ବିପହରେ ଖଲ୍ଲିକୋଟ ଠାରେ ପରଲୋକ ଘଟିଯାଇଛି । ସେ ଜଣେ ନିଷ୍ଠାପର ସହୃଦୟ ବ୍ୟକ୍ତି, ସମାଜେସବୀ, ଧର୍ମପରାୟଣ ବ୍ୟକ୍ତି ଥିଲେ। ଦେହାନ୍ତ ସମୟରେ ଝିଅ ଓ ଜ୍ଵାଇଂଙ୍କ ସମେତ ପରିବାର ଲୋକେ ଉପସ୍ଥିତ ଥିଲେ। ତାଙ୍କ ମରଶରୀର ନିଜ ଗ୍ରାମ ମଠବ୍ରହ୍ମପୁର ଠାରେ ପହଞ୍ଚିବାପରେ ଶୋକାକୂଳ ପରିବେଶରେ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ଝିଅ, ଜ୍ୱାଇଁ, ଭଉଣୀ,ନାତି ନାତୁଣୀ, ବନ୍ଧୁ, ପରିବାର ବର୍ଗଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶୋକପ୍ରକାଶ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ