ସମାଜସେବୀଙ୍କ ଦ୍ୱାରା କମ୍ବଳ ବଣ୍ଟନ
ଧାମନଗର (ସନ୍ତୋଷ କୁମାର ପ୍ରଧାନ) ଧାମନଗର ବ୍ଲକ ଅଧିନ ବମକୁରା ପାଞ୍ଚାୟତରେ ରବିବାର ଓ ସୋମବାର ଦୁଇଦିନ ଧରି ବିଭିନ୍ନ ୱାର୍ଡକୁ ଯାଇ ସାମାଜିକ କର୍ମୀ ଗୋପାଳ ଦାଶଙ୍କ ଦ୍ୱାରା କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବମକୁରା ପାଞ୍ଚାୟତ ୧୧, ୧୨, ୧୩ ଓ ୧୪ ନମ୍ବର ୱାର୍ଡରେ ରହୁଥିବା ୭ ଶହରୁ ଅଧିକ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଶୀତ ଦାଉରୁ ରକ୍ଷା ପାଇବା ନିମନ୍ତେ ଏହି କମ୍ବଳ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଗୋପାଳ ଦାଶଙ୍କ ସହ ତାଙ୍କ ସ୍ତ୍ରୀ ଓ ନାତି ପ୍ରତି ଗ୍ରାମକୁ ଯାଇ ବୁଲି, ବୁଲି କମ୍ବଳ ବଣ୍ଟନ କରିଛନ୍ତି। ଶ୍ରୀ ଦାଶ ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଶବ ସତ୍କାର ଠାରୁ ଆରମ୍ଭ କରି ମେଡିକାଲ କ୍ଷେତ୍ର ସହିତ ବିଭିନ୍ନ ଦେବା ଦେବୀ ମନ୍ଦିର କାର୍ଯ୍ୟ ପାଇଁ ନିଜ ହାତରୁ ଆର୍ଥିକ ସହାୟତା କରିଛନ୍ତି। ଗୋପାଳ ଦାଶଙ୍କ ଏହି କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।


