ସମାଜସେବୀଙ୍କ ପକ୍ଷରୁ ଡଅଁରରେ ମାସ୍କ ବଣ୍ଟନ
ହାଟଡ଼ିହି, : ସମାଜସେବୀ ପରେଶ ପରିଡାଙ୍କ ପକ୍ଷରୁ ଡଅଁର ପଞ୍ଚାୟତରେ ତିନିଶହରୁ ଉର୍ଦ୍ଧ ପରିବାରଙ୍କୁ ମାସ୍କ, ସାବୁନ ଓ ହ୍ୟାଣ୍ଡ ୱାସ ବଣ୍ଟନ କରାଯାଇଛି । ଆଜି ସମାଜସେବୀ ପରେଶ ପରିଡାଙ୍କ ସହ ତପନ ଜେନା, ଭାଗିରଥି ସାହୁ, ଦିଲ୍ଲିପ ବେହେରା, ପଙ୍କଜ ଜେନା, ଦୀନବନ୍ଧୁ ଜେନା, ସନ୍ଦିପ ଦେଓ, ରୋନୀ, ଗୀତିମୟ ବେହେରା, ପ୍ରକାଶ ନାୟକଙ୍କ ସମେତ କିଛି ଯୁବ ସମାଜସେବୀ କରୋନାର ଭୟାବହତା ଓ ଏହାର ସଂକ୍ରମଣକୁ ରୋକିବାପାଇଁ ଗାଁ ଗାଁ ବୁଲି ଲୋକମାନଙ୍କୁ ମାସ୍କ ବ୍ୟବହାର କରିବା, ସାବୁନ କିମ୍ବା ହ୍ୟାଣ୍ଡ ୱାସ ଦ୍ୱାରା ନିୟମିତ ହାତ ଧୋଇବା, କାଶ ଛିଙ୍କ କିମ୍ବା ଜ୍ୱରରେ ପିଡିତ ଲୋକମାନଙ୍କ ଠାରୁ ଦୁରରେ ରହିବା ଆଦି ସମ୍ପର୍କରେ ସଚେତନ କରାଇଥିଲେ । ଏହି ଅବସରରେ ସେ ତିନିଶହରୁ ଉର୍ଦ୍ଧ ଲୋକଙ୍କୁ ମାସ୍କ, ସାବୁନ ଓ ହ୍ୟାଣ୍ଡୱାସ ବଣ୍ଟନ କରିଥିଲେ ।