ସମାଜସେବୀଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ବଡବନସ୍ତା ଗ୍ରାମର ସମାଜସେବୀ ରତ୍ନାକର ରାଉତଙ୍କ ପରଲୋକ ଘଟିଛି । ଗତ ଶୁକ୍ରବାର ରାତିରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ବର୍ଷ ବୟସ ହୋଇଥିଲା । ରତ୍ନାକର ବନ୍ତ-ଭଣ୍ଡାରିପୋଖରୀ ବିକାଶ ମଞ୍ଚର ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ବେଶ ପରିଚିତ ଥିଲେ । ତାଙ୍କ ବିୟୋଗରେ ବିକାଶ ମଞ୍ଚର ସଭାପତି ପ୍ରମୋଦ ନାୟକ, ସମ୍ପାଦକ ବସନ୍ତ ବେହେରା, କୋଷାଧ୍ୟକ୍ଷ ଗୋଲକ ବିଶ୍ୱାଳଙ୍କ ସମେତ ସଦସ୍ୟ ,ମାନେ ଗଭୀର ଶୋକ ପ୍ରକାଶ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ