ସମାଜସେବୀଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମର ପ୍ରମୋଦ କୁମାର ପଣ୍ଡା(ଧୁଣ୍ଡନନା)ଙ୍କର ୬୮ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥାଇ ଶଯ୍ୟାଶାୟୀ ଥିଲେ । ସେ ଜଣେ ଧର୍ମ ପରାୟଣ, ମିଷ୍ଟଭାଷି ଓ ପରୋପକାରୀ ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଜ୍ୟେଷ୍ଟପୁତ୍ର ନିହାରରଞ୍ଜନ ପଣ୍ଡା ମୁଖାଗ୍ନି ଦେଇଥିଲେ । ପୂର୍ବତନ ସରପଞ୍ଚ ରବୀନ୍ଦ୍ର ପଣ୍ଡା, ଗଣେଶ ନାୟକ, ଗଜେନ୍ଦ୍ର ପରିଡା, ବ୍ରଜବନ୍ଧୁ ରାଉତ, ବଂଶିଧର ସାମଲ, ପ୍ରଦୀପ ପରିଡା, ନିରଞ୍ଜନ ପରିଡା ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।