ସମାଜସେବୀଙ୍କ ପରଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଟଙ୍କପାଣି ରୋଡ଼ସ୍ଥିତ ପାଣ୍ଡବନଗରରେ ଅବସ୍ଥାନ କରୁଥିବା ଜଣାଶୁଣା ସମାଜସେବୀ ତଥା ଖୋର୍ଦ୍ଧା ଜିଲ୍ଲା ଅରିଶଲ ଗ୍ରାମର ଉଲ୍ଲାସ ସାମନ୍ତରାୟଙ୍କ ଏକ ଘରୋଇ ହସ୍ପିଟାଲ୍‌ରେ ୭୪ ବର୍ଷ ବୟସରେ ପରଲୋକ ଘଟିଛି । ଶରୀରରେ ରକ୍ତ ଓ ହୃଦ୍‌ରୋଗଜନିତ ସମସ୍ୟାରେ ପୀଡ଼ିତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ । ଜଣେ ସରଳ, ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତିତ୍ୱ ଭାବେ ବେଶ୍ ଲୋକପ୍ରିୟ ଥିଲେ । ଶେଷ ସମୟରେ ତିନି ପୁତ୍ର, ପତ୍ନୀ ଉପସ୍ଥିତ ରହିବା ସହିତ ଜ୍ୟେଷ୍ଠ ପୁତ୍ର ଚିତ୍ତରଞ୍ଜନ ସାମନ୍ତରାୟ ମୁଖାଗ୍ନି ପ୍ରଦାନ କରିଥିଲେ ବୋଲି ମନୋରଞ୍ଜନ ସାମନ୍ତରାୟ କହିଥିଲେ । ପୁରୀଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ