ସମାଜସେବୀଙ୍କ ପରଲୋକ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ଅନ୍ତର୍ଗତ ହିଞ୍ଜିଳି ରାଧାକୃଷ୍ଣ ମାର୍ଗର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ଦିନବନ୍ଧୁ ସାବତ (୫୪)ଙ୍କ ରବିବାର ସନ୍ଧ୍ୟାରେ ଆକସ୍ମିକ ପରଲୋକ ଘଟିଛି। ସେ ରବିବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ବ୍ଳକ ରାସ୍ତାରେ ସ୍କୁଟି ଯୋଗେ ଯାଉଥିବା ବେଳେ ରାସ୍ତାରେ ଅସୁସ୍ଥତା ଅନୁଭବ କରି ତୋଳେ ପଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବରୁ ସେ ଜଣେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ କଂଗ୍ରେସ କର୍ମୀ ଭାବେ ଜଣାଶୁଣା ଥିଲେ। ସେ ଜଣେ ମେଳାପୀ ଓ ମିଷ୍ଟାଭାଷୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ଏହି ଖବର ପ୍ରଚାରିତ ପରେ ବହୁ ଜନ ପ୍ରତିନିଧି, କଂଗ୍ରେସ କର୍ମୀ ଓ ବହୁତ ବୁଦ୍ଧିଜୀବି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।