ସମାଜସେବୀଙ୍କ ପରଲୋକ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଆଳମଙ୍ଗା-ବେଲମଳା ଗ୍ରାମର ଦୟାନିଧି ଜେନା(୭୬)ଙ୍କର ଶୁକ୍ରବାର ପରଲୋକ ଘଟିଛି । ଗତ ଶୁକ୍ରବାର ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଭଦ୍ରକ ଓ ପରେ କଟକ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସ ଭବନରେ ପହଂଚି ଶେଷ ଦର୍ଶନ କରିଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ୩ ପୁଅ, ୨ ଝିଅଙ୍କ ସମତେ ପରିବାର ଓ ଆତ୍ମୀୟ ମାନେ ଉପସ୍ଥିତ ଥିଲେ । ପରେ ମରଶରୀରକୁ ଗ୍ରାମ ପରିକ୍ରମା କରାଯାଇ ଦାହ କରାଯାଇଥିଲା । ସାନପୁଅ ଅଶୋକ ମୁଖାଗି୍ନ ଦେଇଥିଲେ । ସେ ଜଣେ ସମାଜସେବୀ, ପରପୋକାରୀ, ମିଷ୍ଠଭାଷୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ