ସମାଜସେବୀଙ୍କ ପରଲୋକ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ଗ୍ରାମର ବିଶିଷ୍ଟସମାଜସେବୀ ତଥା ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ମୋହନ ନାୟକ(୮୫) ଆଜି ସକାଳ ପାଞ୍ଚ ଘଣ୍ଟା ସମୟରେ ନିଜ ମୁନିଗାଡି ସ୍ଥିତ ବାସ ଭବନରେ ମୃତ୍ୟୁ ବରଣ କରିଛନ୍ତି I ସ୍ଵର୍ଗତ ନାୟକ ଜଣେ ପରୋପକାରୀ, କର୍ତ୍ତବ୍ୟନିଷ୍ଠ ଏବଂ ଧର୍ମ ପରାୟଣ ବ୍ୟକ୍ତି ଭାବରେ ଅଞ୍ଚଳରେ ସୁନାମ ଅର୍ଜ୍ଜନ କରିଥିବାରୁ ତାଙ୍କରି ମୃତ୍ୟୁରେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ଶ୍ରୀ ନାୟକଙ୍କ ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପାଞ୍ଚ ପୁଅ, ପାଞ୍ଚ ବୋହୂ, ଦୁଇ ଝିଅ, ନାତି ନାତୁଣୀ ଉପସ୍ଥିତ ଥିଲା ବେଳେ ପୂର୍ବତନ ସରପଞ୍ଚ କାହ୍ନୁ ଦଳବେହେରା,ପୋଷ୍ଟ୍ ମାଷ୍ଟର ବଂଶୀଧର ଗୌଡ଼ ,ଗ୍ରାମ୍ୟ ପରିଚାଳନା କମିଟି ସଭାପତି ପଞ୍ଚୁ ପାତ୍ର, ବନ୍ଥପଲ୍ଲୀ ସଭାପତି ଶ୍ୟାମ ସୁନ୍ଦର ଗୌଡ଼, କେଶରାପଲ୍ଲୀ ସଭାପତି ଘନଶ୍ୟାମ ବିଷୋୟୀ, ମାଳତୀ ସଭାପତି ରତ୍ନାକର ବିଷୋୟୀ ଏବଂ ସିଙ୍ଗୀପୁର ଗ୍ରାମର ବାବୁନା ପୋଲାଇ ପ୍ରମୁଖ ସ୍ଵର୍ଗତ ନାୟକଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିବା ସହ ଶୋକ ପ୍ରକାଶ କରିଥିଲେ I ଶ୍ରୀ ନାୟକଙ୍କ ମୃତ୍ୟୁ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଜନ ସାଧାରଣ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ