ସମାଜସେବୀଙ୍କ ପରଲୋକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସମାଜସେବୀ ଗୋକୁଳି ଚନ୍ଦ୍ର ନାୟକଙ୍କ ୬୨ ବର୍ଷ ବୟସରେ ଗଣିଆମୁହଁ ସ୍ଥିତ ତାଙ୍କ ବାସ ଭବନରେ ପରଲୋକ ହୋଇଯାଇଛି । ସେ ଗତ କିଛିଦିନ ଧରି ଅସୁସ୍ଥ ଥାଇ ଶଯ୍ୟାଶାୟୀ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମିନତୀ, ଝିଅ ରୋଜାଲିନ ଓ ସୁବାସିନୀ ଏବଂ ପୁତ୍ର ମାନସ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ନାୟକ ଜଣେ ସ୍ନେହି, ବନ୍ଧୁବତ୍ସଳ, ପରୋପକାରୀ ବ୍ୟକ୍ତି ଥିଲେ । ସ୍ୱର୍ଗତ ନାୟକଙ୍କ ବିୟୋଗ ଖବର ପାଇ ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, କଂଗ୍ରେସ ନେତା ଜୟନ୍ତ ମହାନ୍ତି, ରାଜ୍ୟ ବିଜେଡି ଯୁଗ୍ମ ସଂପାଦକ ରାଜେଶ ପଣ୍ଡା, ସମବାୟବିତ୍ ପ୍ରମୋଦ ସାହୁ, ପ୍ରଧ୍ୟାପକ ଗିରିଶ ପାତ୍ର, ଦିଲ୍ଲିପ ମହାନ୍ତି, ଆଶିଷ ଲେଙ୍କା, ଭାଗିରଥୀ ଜେନା ପ୍ରମୁଖ ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ସ୍ୱର୍ଗତ ନାୟକଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପୁତ୍ର ମାନସ ମୁଖାଗ୍ନି ଦେଇଥିଲେ ।