ସମାଜସେବୀଙ୍କ ବିୟୋଗରେ ଶୋକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ବ୍ଲକ ଅନ୍ତର୍ଗତ ବାଉରିଆକଣ ଗ୍ରାମ ର ବିଶିଷ୍ଟ ବ୍ୟକ୍ତି ତଥା ଗ୍ରାମ ର ମୁରବି ,ସମାଜସେବୀ ବ୍ରହ୍ମାନନ୍ଦ ଜେନା (୭୭) ଙ୍କ ର ହୃଦଘାତରେ ନିଜ ବାସଭବନରେ ପରଲୋକ ହୋଇଯାଇଛି l ସେ ଜଣେ ପରୋପକାରୀ, ମିଷ୍ଟଭାସୀ, ଧାର୍ମିକ ବ୍ୟକ୍ତି ହୋଇଥିବା ବେଳେ ଆଖପାଖ ଅଞ୍ଚଳରେ ବିଭିନ୍ନ ଧର୍ମାନୁଷ୍ଠାନ ସହିତ ଜଡିତ ଥିଲେ ।ଗ୍ରାମବାସୀଙ୍କ ଦୁଃଖ ସୁଖ ର ସାଥି ଥିଲେ l ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି l ତାଙ୍କ ର ପାର୍ଥୀବ ଶରୀର କୁ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରାଯାଇ ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ କରାଯାଇଥିଲା l ପୁତ୍ର ପପୁ, ଟୁକୁ ମୁଖାଗ୍ନି ଦେଇଥିବା ବେଳେ, ପୁତ୍ରବଧୁ , ନାତି, ନାତୁଣୀ, ବନ୍ଧୁବର୍ଗ, ପରିବାର, ଗ୍ରାମବାସୀ ଉପସ୍ଥିତ ଥିଲେ l ଯୁବ ନେତା ତଥା ସମାଜସେବୀ ଚିତ୍ତରଞ୍ଜନ ସ୍ୱାଇଁ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ