ସମାଜସେବୀଙ୍କ ବିୟୋଗରେ ସ୍ମୃତିସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ମଢିଆଳ ଗ୍ରାମର ପ୍ରତାପ କୁମାର ସାହୁଙ୍କ ଧର୍ମପତ୍ନୀ ମିନତୀ ସାହୁଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ବାସଭବନ ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ମୃତିସଭାରେ ପୂର୍ବତନ ବିଧାୟିକା ଡଃ. ସିପ୍ରା ମଲିକ, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନିବେଦିତା ସାମଲ, ପୂର୍ବତନ ପୈାର କାଉନସିଲର ହିରଣ୍ୟ କୁମାର ପଣ୍ଡା, ପ୍ରଶାନ୍ତ କୁମାର ସିଂ, ମଙ୍ଗଳବରଣ ସିଂ, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେଶ ଦାସ, ଭୀମସେନ ବେହେରା, ରଞ୍ଜନ କୁମାର ସାହୁଙ୍କ ସମେତ ସ୍ୱର୍ଗତା ମିନତୀଙ୍କ ଝିଅ କାଜଲ, କରିସ୍ମା, ଲୋପାମୁଦ୍ରା, ଧରିତ୍ରୀ, କବିତା, ସବିତା, ମମତା, କାଞ୍ଚନ, ନାତୁଣୀ ସୋନାକ୍ଷୀ ଘୋଷ, ଜ୍ୱାଇଁ ଟୁଟୁନ, ଝୁନୁ, ଚିନ୍ମୟଙ୍କ ସମେତ ଦିଅର ପ୍ରଦୀପ, ଶୁଶୁର ଫକିର ଚରଣ ସାହୁ, ଭାଗ୍ୟଶ୍ରୀ, ଚିନୁ, ଭୂମୀ, ବିଜୟଲକ୍ଷ୍ମୀ ସାହୁ, ଅଶୋକ, ମନ, କାଲା, ପ୍ରଶାନ୍ତ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ମିନତୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ତାଙ୍କପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।