ସମାଜସେବୀଙ୍କ ଲକଡାଉନ ବେଳେ ବୁଲା କୁକୁରଙ୍କୁ ଖାଦ୍ୟ

କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସର ଅଧ୍ୟକ୍ଷ ତଥା ସମାଜସେବୀ ସମୀର କୁମାର ଚାନ୍ଦ ଲକ ଡାଉନ ସମୟରେ ହୋଟେଲ ଓ ରେଷ୍ଟୁରାଂଟ ପ୍ରଭୃତି ବନ୍ଦ ଥିବାରୁ ଖାଇବାକୁ ପାଉନଥିବା ଏବଂ ଖାଦ୍ୟ ଅଭାବରେ ଭୋକିଲା ଥିବା ବୁଲା କୁକୁରମାନଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରୁଥିବାର ଦେଖିବାକୁ ମିଳିଛି । ମଣିଷ ଭିତରେ ଥିବା ମାନବିକତାକୁ ଭୁଲି ନଯାଇ ଏଭଳି ପରିସ୍ଥିତିରେ ବୁଲା କୁକୁରମାନଙ୍କୁ ଦୈନିକ ସନ୍ଧ୍ୟାରେ ଖାଦ୍ୟ ଦେଉଥିବା ଦେଖାଯାଇଛି । ଶ୍ରୀ ଚାନ୍ଦଙ୍କ ଏଭଳି କାର୍ଯ୍ୟ ଦେଖି ତାଙ୍କ କୁନି କୁନି ପୁଅ ଓ ଝିଅ ମଧ୍ୟ ବୁଲା କୁକୁରମାନଙ୍କୁ ଘର ନିକଟରେ ପ୍ରତିଦିନ ବିସ୍କୁଟ ଖାଇବାକୁ ଦେଉଥିବାର ଦେଖିବାକୁ ମିଳିଛି ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ