ସମାଜସେବୀଙ୍କ ସ୍ମୃତିଚାରଣ ସଭା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନଗୁଆଁ ପଞ୍ଚାୟତ ଡଗରପଡା ଠାରେ ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଶଶିକାନ୍ତ ନାୟକଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ସାମାଜିକ କର୍ମୀ ଶିବ ପ୍ରସାଦ ପଳତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଯୁବ ଉଦ୍ୟୋଗୀ ଅଜିତ କୁମାର ଦାସ, ଶିକ୍ଷକ ଭାଗବତ ସୂତାର, ପଦ୍ମଲୋଚନ ଦାସ, ଅରୁଣ କୁମାର ବେହୁରିଆ, ଚନ୍ଦ୍ରମଣି ବେହେରା, ସମାଜସେବୀ ନିଳାମ୍ବର ସାହୁ, ସୁଦର୍ଶନ ବେହେରା ପ୍ରମୁଖ ଯୋଗଦେଇ ସ୍ବର୍ଗତ ନାୟକଙ୍କ ସମାଜସେବା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ପରେଶ କୁମାର ପାତ୍ର, ସାମ୍ବାଦିକ ଦୁର୍ଯ୍ୟୋଧନ ଲେଙ୍କା, ସମାଜସେବୀ ରବିନ୍ଦ୍ର ସାହୁ,ଅଚ୍ୟୁତାନନ୍ଦ ସାମଲ, ଦାଶରଥି ସାହୁ, ବିରେନ୍ଦ୍ର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଯ୍ୟକ୍ରମକୁ ଚିନ୍ମୟ କୁମାର ନାୟକ, ପ୍ରଶାନ୍ତ କୁମାର ନାୟକ, ନିରୂପମା ନାୟକ, ସୁରେଶ ନାୟକ, ଅହଲ୍ୟା ନାୟକ, ନମିତା ନାୟକ ପ୍ରମୁଖ ପରିଚାଳନା କରିଥିଲେ।