ସମାଜସେବୀଙ୍କ ସ୍ମୃତିସଭା
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ଗ୍ରାମ ପଞ୍ଚାୟତ ଗୁଣୁପୁର ଠାରେ ସମାଜସେବୀ ସ୍ୱର୍ଗତ ରାମଚନ୍ଦ୍ର ସେଠୀଙ୍କ ସ୍ମୃତିଚାରଣ ସଭା ଶିକ୍ଷାବିତ୍ ଗୟାଧର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମାଜସେବୀ ବଦ୍ରୀନାରାୟଣ ଧଳ, ସରପଞ୍ଚ ଜଗବନ୍ଧୁ ଦାସ, ଏବିଓ ପୁରୁଷୋତ୍ତମ ଧଳ, ଶିକ୍ଷକନେତା ଘନଶ୍ୟାମ ସ୍ୱାଇଁ, ପ୍ରାକ୍ତନ ସରପଞ୍ଚ ସୁବାଷ ଗୋଚ୍ଛାୟତ, ମହିଳାନେତ୍ରୀ ଜୟସ୍ମିତା ଗୋଚ୍ଛାୟତ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସେଠୀଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ସରୋଜ କୁମାର ନାୟକ, ବିମ୍ବାଧର ସେନାପତି, ଗୋପାଳ ସେଠୀ, ସ୍ୱଦେଶ ପରିଡା ପ୍ରମୁଖ ଯୋଗଦେଇ ବିଭନ୍ନ ବକ୍ତବ୍ୟ ପ୍ରଦାନ କରିଥିଲେ । ସାମାଜିକ କର୍ମୀ ମୃତ୍ୟୁଞ୍ଜୟ ଗୋଚ୍ଛାୟତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ରବିନ୍ଦ୍ର ସେଠୀ ଧନ୍ୟବାଦ ଦେଇଥିଲେ ।