ସମାଜସେବୀ ଅନିଲ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳୀ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଅଂଚଳର ବିଶିଷ୍ଟ ସମାଜସେବୀ ଅନିଲ ମହାନ୍ତି (ସବୁରି ପ୍ରିୟ ଲଙ୍ଗି ଭାଇ) ଙ୍କ ପ୍ରଥମ ବର୍ଷ ଶ୍ରାଦ୍ଧ ଦିବସ ତାଙ୍କ ଈଚିଣ୍ଡା ବାସ ଭଵନରେ ପାଳିତ ହୋଇଯାଇଛି । ସେଜଣେ ମୟୂରଭଂଜ ଜିଲ୍ଲାର ଆଗଧାଡିର କଂଗ୍ରେଦଳର ଜଣେ ଜଣାଶୁଣା ଟାଣୁଆ ଯୁବ ନେତା,ଧର୍ମ ପରାୟଣ, ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତିଥିଲେ । ସେହି ସମାଜସେବୀଙ୍କୁ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନରାଜନୈତିକ ଦଳର ନେତୃବୃନ୍ଦ, ଗଣ ମାଧ୍ୟମ ପ୍ରତିନିଧି, ବାମନଘାଟୀ ଠିକାଦାର ସଂଘ, ବଣିକ ସଂଘ ବୁଦ୍ଧିଜିବୀ ତାଙ୍କ ଫଟୋ ଚିତ୍ରରେ ପୁଷ୍ପ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କର ଅମର ଆତ୍ମାର ସଦଗତି ହେଉ ବୋଲି ଭଗବାନଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଦଳମତ ନିର୍ବିଶେଷରେ ସବୁରି ପ୍ରିୟ ସ୍ଵର୍ଗତ ଅନିଲ ମହାନ୍ତି ହେଉଛନ୍ତି ମୟୂରଭଂଜ ଜିଲ୍ଲାର ବିଜେପିର ବର୍ଷିଆନ ନେତା ମନୋରଂଜନ ମହାନ୍ତି(ନନ୍ଦିଆ ଭାଇ), ଧରିତ୍ରୀ ରାଇରଙ୍ଗପୁର ପ୍ରତିନିଧି ମାନସ ରଂଜନ ମହାନ୍ତି ଏବଂ ବାଵୁ ମହାନ୍ତିଙ୍କ ସାନଭାଇ ।


