ସମାଜସେବୀ ଅଶୋକ ପରିଡା ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଧିତ

ଫୁଲବାଣୀ, (ସୁନିଲ କୁମାର ବେହେରା):ସେବାକୁ ନିଶା ଭାବେ ଗ୍ରହଣ କରି ସମାଜସେବା କ୍ଷେତ୍ରରେ ଯତକିଞ୍ଚିତ କାର୍ଯ୍ୟ କରୁଥିବା ଅଶୋକ ପରିଡାଙ୍କୁ ଭୁବନେଶ୍ୱର ଗୀତଗୋବିନ୍ଦ ସଦନରେ ପ୍ରେରଣା ଇଣ୍ଟରନେସନାଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।ବୃକ୍ଷ କୁ ଭଲପାଉଥିବା ଓ ପରିବେଶ ସୁରକ୍ଷାକୁ ଅଗ୍ରାଧିକାର ଦେଉଥିବା ପ୍ରେରଣା ଇଣ୍ଟରନେସନାଲ ଗ୍ରୀନ ଆର୍ମି ପକ୍ଷରୁ ଡ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ସୌମ୍ୟ ରଞନ ପଟ୍ଟନାୟକ ଓ ସମ୍ମାନୀତ ଅତିଥି ଅରୁପ ପଟ୍ଟନାୟକ ଅନ୍ୟତମ ଅତିଥି ରୋଟାରୀ ଗଭର୍ଣ୍ଣର ଯୋଗେଶ ମହାପାତ୍ର, ଓଡିଶା ପାଇକ ଆଖଡା ମହାସଂଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଅଶୋକ ପରିଡାଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମାଜ ସେବା କ୍ଷେତ୍ରରେ ନିଜକୁ ଦୀର୍ଘ ବର୍ଷ ଧରି ସାମିଲ କରି ବିନା ସରକାରୀ ଅନୁଦାନରେ ଗୋଷ୍ଠୀ ସହଭାଗୀତାରେ ଗତ ପନ୍ଦର ବର୍ଷ ଧରି ସମାଜର ଅବହେଳିତ ଓ ସମସ୍ୟା ଭିତିକ କାର୍ଯ୍ୟ କରି ଆସୁଥିବା ମଞ୍ଚରେ ଆଲୋଚନା ହୋଇଥିଲା।ଜଙ୍ଗଲ ଓ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ,ପରିମଳ କାର୍ଯ୍ୟକ୍ରମ କରି ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତି ମିତ୍ର, ଜିଲା ପ୍ରଶାସନ ପକ୍ଷରୁ ଉଦ୍ଭିଦ ମିତ୍ର,ଓ ପରିମଳ ପାଇଁ ଫୁଲବାଣୀ ପୌର ପରିଷଦ ପକ୍ଷରୁ ପୂର୍ବରୁ ପୁରସ୍କୃତ ହୋଇଛନ୍ତି।ବିଭିନ୍ନ ସଂଗଠନ ସହଭାଗୀତାରେ ଜିଲ୍ଲାରେ ଜନସାଧାରଣଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ ସମାଧାନ ପାଇଁ ସରକାର ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଜନ ଓକିଲାତି ଆସୁଛନ୍ତି।କନ୍ଧମାଳ ଜିଲ୍ଲାରେ ଓଡ଼ିଶାର ଅଧିକ ଜଙ୍ଗଲ ଥିବା କୁହାଯାଉଥିଲେ ହେଁ ବାସ୍ତବରେ ଦିନକୁ ଦିନ କମି ଆସୁଥିବାରୁ ଆସନ୍ତୁ ସମସ୍ତେ ଗୋଷ୍ଠୀ ସହଭାଗୀତାରେ ଜନସଚେତନତା ସୃଷ୍ଟି କରି ନିଜ ଜୀବନରେ ପ୍ରତିବର୍ଷ ଗୋଟିଏ ଗଛ ବଞ୍ଚାଇବାକୁ ପ୍ରୟାସ କରି ସବୁଜ ବଳୟ ସୃଷ୍ଟି କରିବା ବୋଲି କହିଛନ୍ତି। ପରିବେଶ ସୁରକ୍ଷା ଓ ବୃକ୍ଷରୋପଣକରି ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏହି ପୁରସ୍କାର ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପରିଡା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ