ସମାଜସେବୀ ଇନ୍ଦୁମତୀ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହର ଉପକଣ୍ଠ ବାରିମୂଳ ଗ୍ରାମର ସ୍ୱର୍ଗତ ଦାମୋଦର ମହାପାତ୍ରଙ୍କ ଧର୍ମପତ୍ନୀ ତଥା ଶିକ୍ଷାବିତ୍ ଶରତ ମହାପାତ୍ରଙ୍କ ଜ୍ୟେଷ୍ଠ ମାତା ଇନ୍ଦୁମତୀ ମହାପାତ୍ରଙ୍କ ଦ୍ୱାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ଦୁର୍ଗାଶିଷ ମହାନ୍ତି, ଚନ୍ଦନପୁର ବିଜେଡି ସଭାପତି ମନୋରଞ୍ଜନ ମହାନ୍ତି, ଚଉଦକୁଲାଟ ସମବାୟ ସମିତି ସମ୍ପାଦକ ହେମନ୍ତ ପାତ୍ର, କୁତରଙ୍ଗ ସମବାୟ ସମିତିର ସଭାପତି ପଦ୍ମନାଭ ସାହୁ, ପ୍ରଶାନ୍ତ ପାତ୍ର, ଆଇନଜୀବୀ ସରୋଜରାଜ ସିଂହ, ବାରୋ ସମିତିର ଶ୍ରୀହର୍ଷ ମହାନ୍ତି, କାଳନ୍ଦୀ ଚରଣ ସ୍ୱାଇଁ, ଶିକ୍ଷାବିତ୍ ସୁରେନ୍ଦ୍ର ପାତ୍ର, ଗିରିଧାରୀ ପାତ୍ର, ଦାମୋଦର ଧଳ, ନୀଳମାଧବ ସାମଲ, ସୁରେନ୍ଦ୍ର ରାଉତ, ସିଦ୍ଧାର୍ଥ ଶଙ୍କର ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତା ଇନ୍ଦୁମତି ଜଣେ ସମାଜସେବ. ପରୋପକାରୀ ଓ ଧର୍ମପରାୟଣା ମହିଳା ହିସାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି କହିବା ସହିତ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ଶରତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ତପନ ମହାପାତ୍ର, ରମାକାନ୍ତ ମହାପାତ୍ର, ବସନ୍ତ ମହାପାତ୍ର, ରଶ୍ମିରଞ୍ଜନ ରାଉତ, ପ୍ରଶାନ୍ତ ବିଶ୍ୱାଳ,ଦୀପକ ଧଳ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ