ସମାଜସେବୀ କାଥରିନ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ପୃଷ୍ଟପୋଷକ ତଥା ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ଧର୍ମପତ୍ନୀ ଏବଂ ଟ୍ରଷ୍ଟି କାଥରିନ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ କେନ୍ଦ୍ରାପଡାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଜିଲ୍ଲା ପ୍ରତିବା ପୂଜା ସଂସଦ ଆନୁକୂଲ୍ୟରେ ମଙ୍ଗଳବାର କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱାଧାରଗୃହ, କଜଳାସ୍ଥିତ ମାନସିକ ଭିନ୍ନକ୍ଷମ ସ୍ୱତନ୍ତ୍ର ବିଦ୍ୟାଳୟ ଏବଂ ଅଯୋଦ୍ଧାନଗରସ୍ଥିତ ଦୃଷ୍ଟିବାଧିତ ଭିନ୍ନକ୍ଷମ ବିଦ୍ୟାଳୟର ଅନ୍ତେବାସୀମାନଙ୍କ ଗହଣରେ ସ୍ୱର୍ଗତା ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ଫଟୋଚିତ୍ରରେ ସାମୁହିକ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ସ୍ମୃତିଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏଥିସହିତ ଉପରୋକ୍ତ ୩ଟି ସଂସ୍ଥାର ଅନ୍ତେବାସୀମାନଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି, ସଂଯୋଜକ ଚିତ୍ତରଞ୍ଜନ ଦାସ, ଗୋଲଖ ପଢିଆରୀ, ସମାଜସେବୀ ପ୍ରଫୁଲ୍ଲ କୁମାର ଦାସ, ରେସୱା ସ୍ୱାଧାରଗୃହର ତତ୍ୱାବଧାରିକା ମିନତୀ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ