ସମାଜସେବୀ କୈଳାସ ଚନ୍ଦ୍ର ମହାରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଉତ୍କଳର ସୁଯୋଗ୍ୟ ସନ୍ତାନ, ସମାଜସେବୀ କୈଳାସ ଚନ୍ଦ୍ର ମହାରଣାଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟନାରାୟଣ ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ଅଧିବକ୍ତା ଅମିୟ ଭୂଷଣ ଦାଶ, ସବିତାରାଣୀ ଜେନା, ରାଜେଶ ସାମନ୍ତରାୟ, ସୁକାନ୍ତି ପଣ୍ଡା, କବିତା ଘଡ଼େଇ, ତୃପ୍ତି ମିଶ୍ର ଯୋଗଦେଇ ସ୍ୱର୍ଗତ ମହାରଣାଙ୍କ ସମାଜସେବା କାର୍ଯ୍ୟର ବିଭିନ୍ନ ଦିଗ ଉପରେ ସ୍ମୃତିଚାରଣ କରିବା ସହିତ ଜଣେ ନିଷ୍ଠାପର, ସରଳ, ଅମାୟିକ ବ୍ୟକ୍ତି ଥିଲେ ବୋଲି କହିଥିଲେ । ଭୀମ ଭୋଇଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱର୍ଗତ ମହାରଣା ଅବିରତ ଭାବରେ କାର୍ଯ୍ୟ କରିବା ସହିତ ଆଜିର ଯୁବପୀଢ଼ି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି ସ୍ମୃତିଚାରଣ ସଭାରେ ମତବ୍ୟକ୍ତ କରିଥିଲେ । ଉକ୍ତ ସ୍ମୃତିଚାରଣ ସଭାକୁ ରବି ନାରାୟଣ ସାହୁ, ସମୀର ମହାପାତ୍ର, ବିନୋଦ ନନ୍ଦ, ସୁରେଶ, ମନୋରଞ୍ଜନ ଓ ସୁଶୀଲ ପରିଚାଳନା କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।


