ସମାଜସେବୀ ଗଦାଧର ପ୍ରଧାନଙ୍କ ବିୟୋଗରେ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଶୋକସଭା
ବାଲେଶ୍ୱର,: ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ ତଥା ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ଆଜୀବନ ସଦସ୍ୟ ଗଦାଧର ପ୍ରଧାନଙ୍କ ବିୟୋଗରେ ମଞ୍ଚ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ନୃତ୍ୟ-ସଂଗୀତ-କଳା ମନ୍ଦିର ଠାରେ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭା ପ୍ରାରମ୍ଭରେ ମଞ୍ଚର ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା ଶୋକପ୍ରସ୍ତାବ ଆଗତ କରି ସ୍ୱର୍ଗତଃ ଗଦାଧର ପ୍ରଧାନଙ୍କ ଜୀବନ ଆଦର୍ଶ ଉପରେ ଆଲୋକପାତ କରିବା ପରେ ସଭାପକ୍ଷରୁ ତାଙ୍କ ଦିବଂଗତ ଆତ୍ମାର ସଦ୍ଗତି କାମନା କରି ଈଶ୍ୱରଙ୍କଠାରେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଅକ୍ଷୟ କୁମାର ତ୍ରିପାଠୀ ସ୍ୱର୍ଗତଃ ପ୍ରଧାନ ଦୀର୍ଘ ତିନିଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଜଣେ ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକ ଭାବରେ ଜିଲ୍ଲାର ବିଭିନ୍ନ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ଚାକିରିରୁ ଅବସର ନେବାପରେ ସେ ବାଲେଶ୍ୱରର ବହୁ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଥାଇ ଜନକଲ୍ୟାଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଆସିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ଜଣେ ସୁସଂଗଠକ ତଥା ବନ୍ଧୁବତ୍ସଳ ସମାଜସେବୀଙ୍କୁ ହରାଇଲା ବୋଲି ବହୁ ବକ୍ତା ପ୍ରକାଶ କରିବା ସହିତ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଞ୍ଚର ଉପସଭାପତି ହରମୋହନ ଦାଶ, ଭଗବାନ ଚନ୍ଦ୍ର ରାଉତ, ଶରତ ଚନ୍ଦ୍ର ଦାଶ, ଗିରିଶଚନ୍ଦ୍ର ଦାଶ, ପ୍ର. ଅନନ୍ତ ପ୍ରଧାନ, ଅର୍ଚ୍ଚନା ନନ୍ଦୀ, ବିଷ୍ଣୁପ୍ରସାଦ ମହାନ୍ତି, ଅନ୍ତର୍ଯ୍ୟାମୀ ପ୍ରଧାନ, ରବୀନ୍ଦ୍ରନାଥ ଦେ, ଦାମୋଦର ନାୟକ, ଯଶୋଦାନନ୍ଦନ ଆଶ୍, ବେଣୁଧର ପାଳ, ଅଜୟ କୁମାର ବେହେରା, ରବୀନ୍ଦ୍ର ପ୍ରହରାଜ, କରୁଣାକର ବିନ୍ଧାଣୀ, ବ୍ରଜକୁମାର ଦାଶ, ରାଜେନ୍ଦ୍ର ନାଥ ରାଉତ, ଡ. ପଦ୍ମଲୋଚନ ପାତ୍ର, ଦେବେନ୍ଦ୍ର ନାଥ ଚୌଧୁରୀ, ଲମ୍ବୋଦର ନାୟକ, ସୁରେଶ ଚନ୍ଦ୍ର ଜେନା, ପ୍ରଶନ୍ନ କୁମାର ପାଢ଼ୀ, ପ୍ରଦୀପ ପଟ୍ଟନାୟକ, ଯଦୁନାଥ ଦାସ, ପରମାନନ୍ଦ ପଣ୍ଡା, ବୀରେନ୍ଦ୍ର ନାରାୟଣ ପ୍ରହରାଜ, ଦେବବ୍ରତ ପାଣିଗ୍ରାହୀ, ମନୋରଞ୍ଜନ ପାଳ, ରେଣୁବାଳା ଦାସ, ସୁଶ୍ରୀ ଅରୁଣା ରାୟ, ପ୍ରଭାସିନୀ କର, ସଚିନ୍ଦ୍ରନାଥ ଦାସ, ବାସନ୍ତୀ କର, ମଧୁସୂଦନ ଜେନା, ରାମଚନ୍ଦ୍ର ସାହୁ ଓ ରବୀନ୍ଦ୍ର ପ୍ରହରାଜ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆଗାମୀ ୧୯ ତାରିଖ ରବିବାର ଦିନ ମଞ୍ଚ ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ସ୍ଥାନୀୟ ନୃତ୍ୟ-ସଂଗୀତ-କଳା ମନ୍ଦିରରେ ଅନୁଷ୍ଠିତ ହେବାର ନିଷ୍ପତ୍ତି ନିଆଗଲା ।


