ସମାଜସେବୀ ଗୋପାଳକୃଷ୍ଣ ଜେନାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ବିଶିଷ୍ଠ ସମାଜସେବୀ ଗୋପାଳକୃଷ୍ଣ ଜେନାଙ୍କ ଅମ୍ଳାନ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମୀ ଦାୟାଦ ସଙ୍ଘର ଆବାହକତ୍ୱରେ ଜିଲ୍ଲା ବିକାଶ ସାମ୍ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଦାୟାଦ ସଙ୍ଘର ରାଜ୍ୟ ସମ୍ପାଦକ ବିଜୟ ତ୍ରିପାଠୀ, ପ୍ରାଧ୍ୟାପକ ନନ୍ଦ କିଶୋର ପରିଡା, ଅଧ୍ୟାପକ ଅଜୟ ସାମଲ, ଜ୍ଞାନରଞ୍ଜନ ତ୍ରିପାଠୀ, କୁଳମଣି ରାଉତ, କରୁଣାକର ଦାସ, ବୈଷ୍ଣବ ସ୍ୱାଇଁ, ଅମୀୟ ନାୟକ, ରମଣୀରଞ୍ଜନ ରାଉତରାୟ, ପ୍ରଫୁଲ୍ଲ ଦାସ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ଆଦିକନ୍ଦ ରାଉଳ, ଭାଗୀରଥି ଜେନା, ସୁରେଶ ପଟ୍ଟନାୟକ ପ୍ରମୁଖ ସ୍ମୃତି ଚାରଣ କରି ସ୍ୱର୍ଗତ ଜେନାଙ୍କୁ ଜଣେ ସୁସଂଗଠକ ଭାବେ ଅଭିହିତ କରିଥିଲେ । କେନ୍ଦ୍ରାପଡାରେ ବହୁ ସଂଗଠନର ସେ ସ୍ରଷ୍ଟା ଓ କର୍ତ୍ତା ଥିଲେ । ତାଙ୍କର ବିୟୋଗ କେନ୍ଦ୍ରାପଡାର ସାମାଜିକ ଆନ୍ଦୋଳନ କ୍ଷେତ୍ରରେ ଏକ ଅପୁରଣୀୟ କ୍ଷତି ସୃଷ୍ଟି କଲା ବୋଲି କହିଥିଲେ । ଶେଷରେ ପଦ୍ମନାଭ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।