ସମାଜସେବୀ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଧନିଓଝା ଗ୍ରାମର ସମାଜସେବୀ ତଥା ବନ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପାଳ ଚନ୍ଦ୍ର ପଣ୍ଡା(୬୧)ଙ୍କର ଗୁରବାର ହୃଦ୍‌ଘାତରେ ପରଲୋକ ଘଟିଛି । ଗତ ୨ ଦିନ ତଳେ ସେ ହଠାତ୍ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମ୍‌ସ୍ ହସପିଟାଲକୁ ନିଆଯାଇଥିଲା । ସେଠରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ସେ ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀର ଜଣେ କର୍ମଚାରୀ ଭାବେ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ କାର୍ଯ୍ୟ କରି ଆସୁଥିଲେ । ଏଥିସହ ସେ ଗତ ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ବନ୍ତ ପଞ୍ଚାୟତର ସରପଞ୍ଚ ଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ସେ ଜଣେ ସରଳ, ମେଳାପୀ, ମିଷ୍ଟଭାଷୀ ତଥା ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କର ଅକାଳ ବିଯୋଗ ଖବର ପାଇ ପରିବାର ସମେତ ସ୍ଥାନୀୟ ଲୋକେ ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଛନ୍ତି । ତାଙ୍କ ମରଶରୀର ବନ୍ତରେ ପହଞ୍ôଚବା ପରେ ଏକ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡ଼ପୁଅ ଅଭିଷେକ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ