ସମାଜସେବୀ ଜ୍ୟୋତି ମହାନ୍ତିଙ୍କ ପରଲୋକ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବରିଷ୍ଠ ଆଇନଜୀବି ସୂର୍ଗତ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତିଙ୍କ ବଡବୋହୁ ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ଖ୍ୟାତନାମା ଆଇନଜୀବି ରମାକାନ୍ତ ମହାନ୍ତିଙ୍କ ସହଧର୍ମୀଣୀ ସମାଜସେବୀ ଜ୍ୟୋତି ମହାନ୍ତିଙ୍କର ସୋମବାର ସକାଳ ୭ଟା ସମୟରେ ତାଙ୍କ ତଳତେଲଙ୍ଗାବଜାରସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ସୂର୍ଗତା ମହାନ୍ତିଙ୍କ ବିୟୋଗରେ ତଳତେଲଙ୍ଗା ବଜାର ଓ ଉପରତେଲଙ୍ଗାବଜାର ସମେତ ଗ୍ରାମ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁରରେ ମଧ୍ୟ ଗଭୀର ଶୋକର ଛାୟା ଖେଳିଯାଇଛି । ସେ ଜଣେ ପରୋପକାରୀ ଓ ଅମାୟିକ ମହିଳା ଭାବରେ ସାଧାରଣରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଦିଅର କଂଗ୍ରେସ ନେତା ଜୟନ୍ତ ମହାନ୍ତି(କୁଲକୁଲ), ଆଇନଜୀବି ଦେବକାନ୍ତ ମହାନ୍ତି, ସମାଜସେବୀ ପ୍ରଦିପ କୁମାର ମହାନ୍ତି, ଦୀନଦୟାଲ ବେଦ ବର୍ମା, ସୂର୍ଗତା ମହାନ୍ତିଙ୍କ ବଡଭାଇ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜେ.ପି.ଦାସ, ଦୀପକ ସାମନ୍ତରାୟ,ଭଞ୍ଜକିଶୋର ମହାନ୍ତି, ବରିଷ୍ଠ ଆଇନଜୀବି ଧରଣୀଧର ନାୟକଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । କଟକର ଖାନନଗରସ୍ଥିତ ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୂର୍ଗତା ମହାନ୍ତିଙ୍କ ଏକମାତ୍ର ପୁତ୍ର ରୀତେଶ ସୁଦୂର ଆମେରିକାର ନ୍ୟୁଜର୍ସିରେ ଅବସ୍ଥାପିତ ଥିବାରୁ ସେ ଶେଷ ଦର୍ଶନ କରିପାରିନଥିଲେ । ପୁତୁରା ସିଦେଶ ମୁଖାଗ୍ନି ଦେଇଥିଲେ । କେନ୍ଦ୍ରାପଡାରେ ଖବର ପ୍ରଚାରିତ ହେବା ପରେ ଅନନ୍ତ ପାତ୍ର, ସମାଜସେବୀ ଶ୍ରୀକାନ୍ତ ନାୟକ, ପ୍ରମୋଦ ମହାପାତ୍ର, ଦେବେନ୍ଦ୍ର କୁମାର ଦାସ, ଚିତ୍ତରଞ୍ଜନ ଦାସ, ସତ୍ୟପ୍ରୀୟ ଦାସ, ପ୍ରଫୁଲ୍ଲ କୁମାର ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ଅଜିତ ମହାନ୍ତି ପ୍ରମୁଖ ଗଭୀର ଶୋକବ୍ୟକ୍ତ କରି ଏ ଦୁଃଖ ସହିବା ପାଇଁ ତାଙ୍କ ପରିବାରବର୍ଗଙ୍କୁ ଭଗବାନ ସହାୟ ହୁଅନ୍ତୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ