ସମାଜସେବୀ ତଥା ବିଶିଷ୍ଟ ଫୁଟବଲ ଖେଳାଳୀ ସୁବାସ ପଟ୍ଟନାୟକଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଓରାଳି ଗ୍ରାମର ବିଶିଷ୍ଟ ଫୁଟବଲ ଖୋଳାଳୀ ତଥା ସମାଜସେବୀ ସୁବାସ ପଟ୍ଟନାୟକଙ୍କ ୯୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ଅନୁଷ୍ଠାନ ପ୍ରେମୀ ବ୍ୟକ୍ତି ଥିଲେ । ଓରାଳିରେ ଅନୁଷ୍ଠିତ ସମସ୍ତ ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ସହ ସେ ଜଡିତ ଥିଲେ । ଗତକାଲି ରାତିରେ ଭୁବନେଶ୍ୱରରେ ତାଙ୍କର ପରଲୋକ ଘଟିଥିଲା । ଆଜି ସକାଳେ ତାଙ୍କ ମରଶରୀର ଓରାଳି ଗ୍ରାମର ପହଞ୍ଚିବାପରେ ପୁର୍ବତନ ବିଧାୟକ ମାୟାଧର ଜେନା, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମାଜସେବୀ ସୁଧାଶୁଂ ଦକ୍ଷିଣରାୟ, ଶରତ ଲେଙ୍କା, ପ୍ରୀୟରଞ୍ଜନ ଦାସ, ପୁର୍ବତନ ସରପଞ୍ଚ ଅରୁଣ ପ୍ରଧାନ, ରମେଶ ବାରିକ, ପୁର୍ବତନ ଏବିଇଓ ବିନୋଦ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ବସନ୍ତିଆ, ହାଟଡିହି, ଛେନାପଦି, ବଞ୍ଚୋ, ଦଧିବାନପୁର ପ୍ରଭୃତି ବଜାର ପରିକ୍ରମା କରାଇବା ପରେ ଆନନ୍ଦପୁର ନିଆଯାଇ ସେଠାରେ ବୈତରଣୀ ନଦୀ କୁଳରେ ତାଙ୍କର ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେଠାରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ । ବଡପୁଅ ବାବୁ ପଟ୍ଟନାୟକ ମୁଖାଗ୍ନି ଦେଇଥିବାବେଳେ ଅନ୍ୟତମ ପୁଅ ବରିଷ୍ଠ ସାମ୍ବାଦିକ ସୁବ୍ରତ ପଟ୍ଟନାୟକ, ବୁବୁ ପଟ୍ଟନାୟକ, ଶ୍ରବଣ ପଟ୍ଟନାୟକ, ଜ୍ୱାଇଁ ଜିତେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ