ସମାଜସେବୀ ଦୀନବନ୍ଧୁ ଦାସଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମର ସଂସ୍କୃତୀ ପ୍ରେମୀ ଜନସେବକ ଦୀନବନ୍ଧୁ ଦାସଙ୍କର ୮୩ ବର୍ଷ ବୟସରେ ଶନିବାର ତାଙ୍କ କୋରସ୍ଥିତ ବାସଭବନରେ ବିୟୋଗ ହୋଇଯାଇଛି । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ଶଯ୍ୟାଶାୟୀ ଥିଲେ । ସେ ଜଣେ ଅମାୟୀକ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିଲେ । ପ୍ରବାଦ ପୁରୁଷ ବିଜୁବାବୁଙ୍କ ସେ ଜଣେ ସମର୍ଥକ ଥିଲେ । ସେ ତାଙ୍କ ଜୀବନକାଳ ମଧ୍ୟରେ କୋରୋ ଶ୍ରୀରାମ ଚରିତ ପ୍ରଚାର ସମିତିର ସଭାପତି, ମଧ୍ୟ ଇଂରାଜୀ ଓ ଉଚ୍ଚ ବିଦ୍ୟାଳୟର ସଭାପତି ଏବଂ କୃଷି ସେବା ସମିତିର କର୍ମକର୍ତ୍ତା ଥାଇ ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ସଂପୃକ୍ତ ଥିଲେ । ତାଙ୍କ ବିୟୋଗରେ କୋରୋ ଏବଂ ଆଖ ପାଖ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ସହଧର୍ମିଣୀ ପାର୍ବତୀ, କନିଷ୍ଟପୁତ୍ର ମନୋଜ, ପୁତ୍ରବୋଧୂ ରଞ୍ଜିତା ପ୍ରମୁଖ ଉପସ୍ଥିତ ଥିଲେ । କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଶିବ ପ୍ରସାଦ ଭଳ, ‘ସତୀର୍ଥ’ର ସଭାପତି ଅମର ପ୍ରସାଦ ରାଉତ, ସମ୍ପାଦକ ମନ୍ମଥ ବରାଳ, ଆଶୁକବି ହେମନ୍ତ ଜେନା, ରାମକୃଷ୍ଣ ଦାସ, ଶିକ୍ଷାବିତ ଶୁଭାଂଶୁ ଦାସ, କବି ଶୈଳଜା ସାମଲ ଓ କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବରାଳ ସ୍ୱର୍ଗତ ଦାସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ କନିଷ୍ଟ ପୁତ୍ର ମନୋଜ ମୁଖାଗ୍ନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ