ସମାଜସେବୀ ଦୀନେଶ ନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲାର ପଟ୍ଟାମୁଣ୍ଢାଇ ବ୍ଲକ ଅନ୍ତର୍ଗତ ତରଡିପାଳ ଗ୍ରାମପଂଚାୟତର ରାମନାୟକଡିଆ ଗ୍ରାମର ସମାଜସେବୀ ସ୍ୱର୍ଗତ ଦୀନେଶ ନାୟକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ନାଗରିକ ଡଃ. ଗଦାଧର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ନାୟକ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଜଣେ ପରମ ଅନୁଗାମୀ ହୋଇଥିବାରୁ ତାଙ୍କ ବିୟୋଗରେ ଅଳପୁଆ ଗ୍ରାମପଂଚାୟତରେ ସତସଙ୍ଗୀମାନଙ୍କ ପକ୍ଷରୁ ଆୟୋଜିତ ଏହି ସତସଙ୍ଗରେ କୋଭିଡ ନିୟମକୁ ପାଳନ କରାଯାଇ ସାମାଜିକ ଦ୍ୱରତା ରକ୍ଷା ପୂର୍ବକ ତାଙ୍କର ବହୁ ସତସଙ୍ଗୀ ଯୋଗଦେଇ ସ୍ୱର୍ଗତ ନାୟକଙ୍କ ଗ୍ରାମାଚଂଳ ପ୍ରତି ଥିବା ଉତ୍ସର୍ଗୀକୃତ ସେବା ସମ୍ପର୍କରେ ଆଲୋଚନା କରିଥିଲେ । ତାଙ୍କର ଶ୍ରାଦ୍ଧବାର୍ଷିକରେ ଏକ ସ୍ମରଣିକା ପ୍ରକାଶ ସହିତ ସତସଙ୍ଗ ବିହାର ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସତସଙ୍ଗୀ ପ୍ରେମୀମାନେ ନିଷ୍ପତି ଗ୍ରହଣ କରିଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ନିରଞ୍ଜନ ବାରିକ, ଅଭୟ ଦାସ, ସୁଶାନ୍ତ ବାରିକ, ଆୟୁଷ ନାୟକ, ଶୁଭକାନ୍ତ ଧଳ, ଦେବାଶିଷ ରାଉତ, ସରୋଜ ଦାସ, ପ୍ରିୟଦର୍ଶିନୀ ନାୟକ, ଅପରୂପା ନାୟକ, ସୁଚିତ୍ରା ନାୟକ, ଅର୍ପିତା ନାୟକ, ସଙ୍ଗୀତା ନାୟକ, ଶଶୀକଳା ନାୟକ ପ୍ରମୁଖ ଗ୍ରାମର ମୁରବୀମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ