ସମାଜସେବୀ ନବଘନ ବରାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଗରୀବର ସାଥି ଦରଦୀ ମଣିଷ ସମାଜସେବୀ ନବଘନ ବରାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ କେନ୍ଦ୍ରାପଡା ସହରସ୍ଥ ଟାଉନବଳରାମପୁର ସ୍ଥିତ ବାସଭବନ ପରିସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ସ୍ୱର୍ଗତ ବରାଳ ଶେଷ ଜୀବନ ପର୍ଯ୍ୟନ୍ତ ସମାଜର ନଷ୍ପେସିତ ବ୍ୟକ୍ତିମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବାକୁ ଆଗେଇ ଆସୁଥିଲେ । ତାଙ୍କ ବିୟୋଗ ଏହି ଶ୍ରେଣୀର ଲୋକମାନଙ୍କ ପାଇଁ ଶୁନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବକ୍ତାମାନେ ସ୍ମୃତିଚାରଣ କରି ମତବ୍ୟକ୍ତ କରିଥିଲେ । ଏହି ସ୍ମୃତିସଭାରେ ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ସମାଜସେବୀ ନିରଞ୍ଜନ ସାହୁ, ଇଶ୍ୱରଚନ୍ଦ୍ର ସାହୁ, ହେମନ୍ତ ଜେନା, ରାଜେଶ ଦାସ, ମହମ୍ମଦ ଆକବର ଅଲ୍ଲୀ, କେଶବ ବେହେରା, ସୁବାଶିଷ ସେନାପତି, ଶିଶିର କୁମାର ମନ୍ତ୍ରୀ, ଗୋପାଳକୃଷ୍ଣ ଜେନା, ମନ୍ମଥ ରାଉତ, ତ୍ରୈଲୋକ୍ୟ ସ୍ୱାଇଁ, ଚିତ୍ତରଞ୍ଜନ ଭଗତ, ଅମୀୟ ନାୟକ, ଜଗବନ୍ଧୁ ଶତପଥୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ