ସମାଜସେବୀ ନାଣ୍ଡୁ ସିଂଙ୍କ ପ୍ରତିମୃର୍ତ୍ତୀ ଉନ୍ମୋଚନ ଉତ୍ସବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଅଞ୍ଚଳର ବିଶିଷ୍ଟ ସମାଜସେବୀ ତଥା ବଉଳା କଲେଜ ସୋସୋ ର ପ୍ରତିଷ୍ଠାତା ସ୍ୱର୍ଗତ ନିତ୍ୟିାନନ୍ଦ ସିଂ(ନାଣ୍ଡୁ ସିଂ)ଙ୍କ ଦ୍ୱିତୀୟ ବାର୍ଷିକ ଶ୍ରାଦ୍ଧୋତ୍ସବରେ ଆଜି ନାଣ୍ଡୁ ସିଂ ସ୍ମୃତି କମିଟି ପକ୍ଷରୁ ସୋସୋ ଠାରେ ଏକ ପ୍ରତିମୃର୍ତ୍ତୀ ଉନ୍ମୋଚିତ କରାଯିବା ସହିତ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ମୃତି କମିଟିର ସଭାପତି ଅଶୋକ ରାଉତ, ସମ୍ପାଦକ ସମାଜସେବୀ ଗଙ୍ଗାଧର ରାଉତ, ଉପସଭାପତି ଶରତ ଚନ୍ଦ୍ର ରାଉତ, ତପନ କୁମାର ସିଂ, ଶିକ୍ଷାବିତ ମୋହନ କୁମାର ମହାନ୍ତି, ପୁର୍ବତନ ଅଧ୍ୟକ୍ଷା ସୁନନ୍ଦାରାଣୀ ସ୍ୱାଇଁ, ବିକ୍ରମ କେଶରୀ ବିଶ୍ୱାଳ, ସୁବୋଧ ସାହୁ, ପିତବାସ ନାୟକ, ନାରାୟଣ ଚନ୍ଦ୍ର ବିଶ୍ୱାଳ, ଆନନ୍ଦ ଚନ୍ଦ୍ର ସିଂ, ସୋସୋ କଲେଜର ଅଧ୍ୟକ୍ଷ ରବିନ୍ଦ୍ର କୁମାର ପାତ୍ର, ପ୍ରଫୁଲ କୁମାର ରାଉତ, ଜଗନ୍ନାଥ ବେହେରା, କୃଷ୍ଣ ଚନ୍ଦ୍ର ପତି, ଭୀମସେନ ନାୟକ, ବିନୋଦ ସିଂ, ରମାକାନ୍ତ ସିଂ, ରାଜ କିଶୋର ସିଂଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ନାଣ୍ଡୁ ସିଂଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ସେ ସୋସୋ ଅଞ୍ଚଳ ପାଇଁ ଏକ ଦୀପଶିଖା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସଭାପତି ଅଶୋକ ରାଉତ ଓ ସମ୍ପାଦକ ଗଙ୍ଗାଧର ରାଉତ ପ୍ରତିମୁର୍ତ୍ତୀ ଉନ୍ମୋଚନ କରିଥିବାବେଳେ ତାଙ୍କ ସୁପୁତ୍ର ରାମେଶ୍ୱର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ