ସମାଜସେବୀ ନିରଞ୍ଜନ ଦାସଙ୍କ ବିୟୋଗ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ସମାଜ ସେବୀ ନିରଞ୍ଜନ ଦାସ ୭୦ବର୍ଷ ବୟସରେ ଦଲୁଆଣିି ଗ୍ରାମସ୍ଥିତ ବାସଭବନରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ପରୋକକାରି ବନ୍ଧୁବତ୍ସଳ,ମିଷ୍ଟଭାଷି ଆମାୟିକ ଓ ଧର୍ମପ୍ରାଣା ବ୍ୟକ୍ତି ଥିଲେ । ତାଙ୍କ ପରଲୋକରେ ସ୍ଥାନୀୟ ଅଚଂଳରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ବିୟୋଗ ଖବର ପାଇ ବହୁ ବିଶିଷ୍ଟବ୍ୟକ୍ତି ତାଙ୍କ ବାସଭବନରେ ପହଁଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ୨ ପୁଅ ପ୍ରଦୀପ ଦାସ, ଆଲୋକ ଦାସ, ୨ଝିଅ ଓ ଭଣଜା ଆଇନଜୀବୀ ଅରୁଣ ପ୍ରସାଦ ଦାସଙ୍କ ସମେତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ ।


