ସମାଜସେବୀ ନିଲମ୍ ସ୍ୱାଇଁଙ୍କ ଦ୍ୱାରା କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ନାଉଗାଁ, (ଓ୍ବାଇଏନ୍ଏସ୍):ସାରା ବିଶ୍ୱ କରୋନା ମହାମାରୀରେ ପୀଡିତ।ଏହି ସମୟରେ କରୋନା ମୁକାବିଲା ପାଇଁ ପ୍ରକୃତ ସାରଥି ସାଜିଛନ୍ତି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ୍ , ପ୍ରଶାସନିକ ଅଧିକାରୀ ଓ ସାମ୍ବାଦିକଙ୍କ ଭଳି ବ୍ୟକ୍ତିତ୍ୱ । ଏନେଇ କରୋନା ଯୋଦ୍ଧା ଭାବରେ ଏମାନଙ୍କୁ ସାରା ଦେଶରେ ସମ୍ବର୍ଦ୍ଧିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକର ଯୁବ ସମାଜସେବୀ ନିଲମ୍ ସ୍ୱାଇଁ ନାଉଗାଁରେ କାର୍ଯ୍ୟରତ କରୋନା ଯୋଦ୍ଧାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ସୁନନ୍ଦନ ମହାନ୍ତି, ଡାକ୍ତର ଅନୁଭବ ଦାସ,ଡାକ୍ତର ଜ୍ୟୋତି ରଂଜନ ମହାନ୍ତି, ଡାକ୍ତର ସଂଗ୍ରାମ ମହାନ୍ତି, ର୍ଫାମାଷ୍ଟିସ ଅରବିନ୍ଦ ସାହୁ ,ନାଉଗାଁ ଥାନା ଆଇଆଇସି ଗୋବର୍ଦ୍ଧନ ସାହୁ ,ଏସଆଇ ପ୍ରତାପ ଦାଶ, ଅନ୍ୟ ପୋଲିସ କର୍ମଚାରୀ, ନାଉଗାଁ ଅଗ୍ନିଶମ ବିଭାଗର ଷ୍ଟେସନ ଅଫିସର ମୋହନ କୁମାର ଦଳେଇ , ଫାୟାର ମ୍ୟାନ ମନମୋହନ ମଲ୍ଲିକ, ଡ୍ରାଇଭର ଶିତାଶୁଂ କୁମାର ଦାସ, ରୋହିଆ ପଂଚାୟତର ସରପଂଚ ଶିବ ଚରଣ ଲେଙ୍କା ଆଦିଙ୍କୁ ଉତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ