ସମାଜସେବୀ ପ୍ରଫୁଲ୍ଲ ତ୍ରିପାଠୀଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ନାରାୟଣ ସେବା ଫାଉଣ୍ଡେସନ ତରଫରୁ ବରିଷ୍ଠ ସାମ୍ବାଦିକ, କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗ (ଡିଏଭିପି)ର ଉପମହାନିର୍ଦ୍ଦେଶକ ତଥା ସମାଜସେବୀ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଅଷ୍ଟମ ଶ୍ରାଦ୍ଧବାର୍ଷିକୀ ତଥା ସ୍ମୃତିଚାରଣ ସଭା ଖଣ୍ଡଗିରିସ୍ଥିତ ସତ୍ୟମହିମା ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ସକାଳେ ସ୍ୱର୍ଗତ ତ୍ରିପାଠୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ପଦ୍ମଚରଣ ବେହେରା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଗାୟତ୍ରୀ ସାମନ୍ତ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀ ସାମ୍ବାଦିକତା, ସମାଜସେବା ତଥା ଶିକ୍ଷାର ଉଜ୍ଜ୍ୱଳ ପ୍ରତିଭା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସାମ୍ବାଦିକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମହିମା ସାଧୁ ମଧୁସୂଦନ ଦାସଙ୍କ ସହିତ ଅନ୍ୟାନ୍ୟ ସାଧୁଗଣ ଉପସ୍ଥିତ ରହି ପୋଷାକ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ