ସମାଜସେବୀ ପ୍ରଭାକର ପରିଡାଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଚରଦକୁଲାଟ ଅଞ୍ଚଳର ସୁନାମଧନ୍ୟ ସମାଜସେବୀ ପ୍ରଭାକର ପରିଡାଙ୍କ ୮୭ବର୍ଷ ବୟସରେ ବିୟୋଗ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଏକ ବେସରକାରୀ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଜୀବନକାଳ ମଧ୍ୟରେ ସ୍ୱର୍ଗତ ପରିଡା ତାଙ୍କ ଜନ୍ମସ୍ଥାନ ବଡମାଣିତିଆର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟରେ ସକ୍ରୀୟ ଭୂମିକା ନିଭାଉଥିଲେ । ଏଥିସହିତ ଚଉଦକୁଲାଟ ଅଞ୍ଚଳର ବିକାଶରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତାଙ୍କ ସୁପୁତ୍ର ପୂର୍ବତନ ଜିଲ୍ଲାପରିଷଦ ସଭାପତି ମାନସ କୁମାର ପରିଡାଙ୍କ ରାଜନୈତିକ କାର୍ଯ୍ୟରେ ସହଯୋଗ କରି ଜିଲ୍ଲା ବିକାଶରେ ସହଯୋଗ କରୁଥିଲେ । ତାକ ବିୟୋଗ ଖବର ପାଇ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁର୍ଗାଶିଷ ମହାନ୍ତି, ଶିବ ପ୍ରସାଦ ଭଳ, ଯୁବନେତା ରାଜେଶ ପଣ୍ଡା ପ୍ରମୁଖ ତାଙ୍କ ମର ଶରୀରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିବା ବେଳେ ପୁତ୍ର ମାନସ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ