ସମାଜସେବୀ ପ୍ରେମାଞ୍ଜନ ସେନାପତିଙ୍କ ମୃତ୍ୟୁ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ପଂଚାୟତର ଦୁତିଆଳ ଗ୍ରାମର ସମାଜସେବୀ ପ୍ରେମାଞ୍ଜନ ସେନାପତିଙ୍କ ୭୫ବର୍ଷ ବୟସରେ ଆଜି ସନ୍ଧ୍ୟାରେ ମୃତ୍ୟୁ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସରପଂଚ ପୁଷ୍ପଲତା ସେନାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଦୁତିଆଳସ୍ଥିତ ବାସଭବନରେ ପହଁଚି ତାଙ୍କ ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଚଂଳରେ ଗଭୀର ଶୋକ ଖେଳି ଯାଇଛି । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ