ସମାଜସେବୀ ବାବୁରାମ ବଳଙ୍କ ପରଲୋକ
ବାଲେଶ୍ୱର, (ସରୋଜ ପଣ୍ଡା) :-ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ଦେଙ୍କ ଏକାନ୍ତ ସହଯୋଗୀ ତଥା ସଦର ବ୍ଲକର ଉପକୂଳ ପଞ୍ଚାୟତମାନଙ୍କରେ ବିଶିଷ୍ଟ ସମାଜସେବୀ ତଥା ସୁସଙ୍ଗଠକ ବର୍ଦ୍ଧନପୁରର ବାବୁରାମ ବଳଙ୍କ ୭୮ ବର୍ଷ ବୟସରେ ଗତକାଲି ପରଲୋକ ହୋଇଯାଇଛି । ଗତ କିଛିମାସ ଧରି ସେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଘରେ ଚିକିତ୍ସାଧୀନ ଥିଲେ । ଗତକାଲି ହଠାତ ଅସୁସ୍ଥ ହୋଇପଡ଼ିବା ସହ ରାତି ପ୍ରାୟ ୧୨ଟା ୪୫ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମୃତ୍ୟୁ ଖବର ପାଇ ଆଖପାଖ ପଞ୍ଚାୟତବାସୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶନିବାର ସକାଳେ ବର୍ଦ୍ଧନପୁରସ୍ଥିତ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ପରିବାରକୁ ସମବେଦନା ଜଣାଇଥିଲେ । ତାଙ୍କର ପ୍ରାର୍ଥିର୍ବ ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ବଳ ବଂଶର ନିଜସ୍ୱ ଶ୍ମଶାନରେ ଶୋକାକୂଳ ପରିବେଶ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ ଆଦର୍ଶବାଦୀ, ସୁସଙ୍ଗଠକ, ମେଳାପୀ ତଥା ପରୋପକାରୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।