ସମାଜସେବୀ ବିଜୟ ପାତ୍ରଙ୍କ ଦେହାନ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : -ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡି ଗ୍ରାମ ଅନ୍ତର୍ଗତ ମହାଦେଇପୁର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ତଥା ସମାଜସେବୀ ବିଜୟ କୁମାର ପାତ୍ରଙ୍କ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି । ସ୍ୱର୍ଗତ ପାତ୍ର ମହାରାଷ୍ଟ୍ରର ପୁନେ ଠାରେ ତାଙ୍କ ପୁତ୍ରଙ୍କ ବାସ ଭବନରେ ଆଜି ଭୋର୍ ଗତକାଲି ଶୁକ୍ରବାର ୪ଘଣ୍ଟା ସମୟରେ ହୃଦଘାତରେ ପ୍ରାଣ ତ୍ୟାଗ କରିଥିବାର ଜଣାପଡିଛି । ଏହି ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକବ୍ୟକ୍ତ କରାଯାଇଛି । ସ୍ୱର୍ଗତ ପାତ୍ର ଗୁରାଣ୍ଡି ବରିଷ୍ଠ ନାଗରିକ ମଞ୍ଚର ସଭାପତି ଥାଇ ଅଞ୍ଚଳର ବିକାଶ ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ସମାଜସେବା କାର୍ଯ୍ୟରେ ନିମଗ୍ନ ରହୁଥିଲେ । ସେ ଜଣେ ମିଷ୍ଠଭାସୀ ଏବଂ ପରଉପକୋରୀ ବକ୍ତିତ୍ୱ ଥିଲେ । ପୂର୍ବରୁ ଓଡିଶା ସରକାରଙ୍କ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ଅବସର ପରେ ସେ ସମାଜସେବାକୁ ଆପଣାଇ ଗୁରାଣ୍ଡି ଅଞ୍ଚଳର ସମସ୍ୟାର ସମାଧାନ ଏବଂ ଲୋକଙ୍କ ଦୁଃଖରେ ଭାଗିଦାରି ହେଉଥିଲେ । ଏତଦ୍ ବ୍ୟତୀତ ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ସାହିତ୍ୟ, ସାଂସ୍କୃତିକ ସଭା ସମିତିରେ ଯୋଗଦେଇ ଖୁବ ଖ୍ୟାତି ଅର୍ଜନ କରିଥିଲେ ବୋଲି ଅଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଚିତ୍ରାନନ୍ଦ ବେବର୍ତ୍ତା, ଜନାର୍ଦ୍ଦନ ପାତ୍ର, ହରିକୃଷ୍ଣ ଜେନା, ପିତବାସ ସାମଲ, ଖଦଗେଶ୍ୱର ପାତ୍ର, ହରିହର ମିଶ୍ର, ଅର୍ଜୁନ ଦଳାଇ, ଭାସ୍କର ରାଉତ ପ୍ରମୁଖ କହିବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏହାସହ ଅମର ଆତ୍ମାର ସଦ୍ଗତି ନିମନ୍ତେ କାମନା କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।