ସମାଜସେବୀ ବୃନ୍ଦାବନ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁ ଗ୍ରାମପଞ୍ଚାୟତର ଯୁବନେତା ସମାଜସେବୀ ବୃନ୍ଦାବନ ଦାସଙ୍କ ପ୍ରତମ ଶ୍ରାଦ୍ଧବାର୍ଷିକ ଅବସରରେ ତାଙ୍କ ବାସଭବନ ପରିସରରେ ୧୯୮୩ବ୍ୟାଚ ଇନ୍ଦୁପୁର ହାଇସ୍କୁଲର ସହପାଠୀଙ୍କ ସୈାଜନ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ମହେଶ୍ୱର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ କଳାକାର ମଲିକ, ଶିକ୍ଷକନେତା ପ୍ରଣବ କୁମାର ଜେନା, ସହପାଠୀ ଦିଲ୍ଲିପ କୁମାର ଥାଟୋଇ, ମାନସରଞ୍ଜନ ହାଜରା, ରାମନାରାୟଣ ସିଂହ, ପ୍ରଭାତ କୁମାର ମହାରଣା, ପି.ସି.ସି. ସଭ୍ୟ ପ୍ରଫୁଲ୍ଲ କୁମାର ଦାସ, ପ୍ରଭାତ କୁମାର ପରିଡା, ବନମାଳୀ ମହାରଣା, ପ୍ରାକ୍ତନ ସମିତିସଭ୍ୟ ହରେକୃଷ୍ଣ ବେହେରା, ପ୍ରାକ୍ତନ ସରପଞ୍ଚ ବିଜନ କୁମାର ମଲିକ, ଅମର କୁମାର ସାହୁ, ପ୍ରଶାନ୍ତ କୁମାର ପରିଡା ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ନିବେଦନ କରିବା ସହ ସ୍ୱର୍ଗତ ଦାସ ଚାରିଗାଁ ପଞ୍ଚାୟତର ଜନମାନସରେ ନିଜ କର୍ମ ପାଇଁ ପୂଜ୍ୟ ହୋଇ ରହିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସହପାଠୀ ସତ୍ୟରଞ୍ଜନ ଦାସ, ମୃତ୍ୟୁଞ୍ଜୟ ପରିଡା, ସୁଶାନ୍ତ କୁମାର ସେଠୀ, ନାରାୟଣ ମଲିକ ପ୍ରମୁଖ ସହଯୋଗ କରିଥିଲେ । ସ୍ୱର୍ଗତ ଦାସଙ୍କ ଝିଅ ଐଶ୍ୱର୍ଯ୍ୟା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।


